Latest Odisha News

BREAKING NEWS

ଆଜି ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ

ପାରାଦୀପ : ଚଳିତବର୍ଷ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମ୍ମୁ। ଏଥିପାଇଁ ଆଜି ପାରାଦୀପ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି  । ଚଳଚଞ୍ଚଳ ହୋଇ ଉଠିଛି ପୁରା ବନ୍ଦରନଗରୀ । ରାସ୍ତାଘାଟ , ଗଳିକନ୍ଦି ସବୁ ପୁରା ଚକଚକ  ।  ଆଉ ମାତ୍ର କିଛି ସମୟ ପରେ ଗୋପବନ୍ଧୁ ଷ୍ଟାଡିୟମରେ ଅବତରଣ କରିବ ଭାରତୀୟ ବାୟୁସେନାର ହେଲିକପ୍ଟର । ଆଉ ସେଥିରୁ ଓହ୍ଲାଇ ପାରାଦୀପ ମାଟିରେ ପାଦ ଥୋଇବେ ମହାମହିମ।

ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚିବା ପରେ ସିଧା ଯିବେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଷ୍ଟ ବେସିନ୍ । ଓଡ଼ିଆ ଜାତିର ନୌବାଣିଜ୍ୟ ପରମ୍ପରା କୁ ନୂତନ ପିଢି ର ମନରେ ଉଦ୍ଜୀବିତ ରଖିବା ଉଦ୍ଦେଶ୍ୟ ନେଇ ବାଣିଜ୍ୟ କରିବାକୁ ଯିବାକୁ ପ୍ରସ୍ତୁତ ଥିବା ସାତ ସାଧବ ପୁଅ ର ବୋଇତ କୁ ଦେବେ ମେଲାଣି । ଚଳିତ ବର୍ଷ ବନ୍ଦର ର ସମୃଦ୍ଧି ଆଉ ବ୍ୟବସାୟ ବୃଦ୍ଧି ନେଇ ମଧ୍ୟ ପୂଜାର୍ଚ୍ଚନା ହେବ ।

ପରେ ସେଠାରୁ ପାରାଦୀପ ନେହେରୁବଙ୍ଗଳା ରେ କିଛି ମତ୍ସଜୀବୀ ଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ପୁରା ତତ୍ପର ହୋଇଉଠିଛି  ଜିଲ୍ଲା ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ସହରରେ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ  । ତେବେ ମହାମହିମ ରାଷ୍ଟ୍ରପତି ପାରାଦୀପ ଆସୁଥିବାରୁ ପାରାଦୀପବାସୀ ବେଶ୍ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.