Latest Odisha News

BREAKING NEWS

ଅନୁକୃତି ବାସ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ

ମୁମ୍ବାଇ: ଏଫବିବି ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ ହୋଇପାରିଛନ୍ତି ତାମିଲନାଡୁର ସୁନ୍ଦରୀ ଅନୁକୃତି ବାସ୍ । ଫେମିନା ମିସ୍ ଇଣ୍ଡିଆ କଣ୍ଟେଷ୍ଟର ଏହି ୫୫ ତମ ସଂସ୍କରଣ ମୁମ୍ବାଇର ଏନଏସସିଆଇ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ବିଜୟୀ ଘୋଷିତ ହେବାପରେ ୨୦୧୭ ମସିହାର ବିଜୟିନୀ ମାନୁଷୀ ଚିଲ୍ଲାର ଅନୁକୃତିଙ୍କୁ ମିସ ଇଣ୍ଡିଆ କ୍ରାଉନ ପିନ୍ଧାଇ ଦେଇଥିଲେ ।

ଫାଇନାଲରେ ଭାରତର ବିଭିନ୍ନ ରାଜ୍ୟର ୩୦ ଜଣ ସୁନ୍ଦରୀ ପ୍ରତିଯୋଗୀଙ୍କ ସହିତ ଟାଇଟଲ ଲଢେଇରେ ଅବତୀର୍ଣ୍ଣ ହୋଇଥିଲେ ଏହି ତାମିଲ ଲଳନା ଅନୁକୃତି ବାସ୍ । ତେବେ ସମସ୍ତଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଇଥିଲେ ଏହି ତାମିଲ୍ ଲଳନା ଅନୁକୃତି । ଏହି ମୁକୁଟ ହାସଲ କରିବା ପୂର୍ବରୁ ସେ ତାମିଲନାଡୁର ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ବଜାୟ ରଖି ଶେଷ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।

ଅଧୁନା ଅନୁକୃତି ଲୋୟଲା କଲେଜରେ ଅଧ୍ୟୟନ କରୁଥିବା ବେଳେ ପଢିବା ସହିତ ଆକ୍ଟିଂ ଓ ମଡ଼େଲିଂରେ ମଧ୍ୟ ଭାଗ ନେଇଥାନ୍ତି । ଅନୁକୃତି ମଡ଼େଲିଂ, ଆକ୍ଟିଂ ଓ ନାଚରେ ବେଶ୍ ଋଚି ରଖିଥିବା ବେଳେ ସମାଜସେବାରେ ମଧ୍ୟ ମନୋନିବେଶ କରିଥାନ୍ତି । ତାଙ୍କର ମା’ଙ୍କର ଇଚ୍ଛାକୁ ସାକାର କରିବା ଲାଗି ସେ ଫେଞ୍ଚ ଭାଷାରେ ବିଏ ଅଧ୍ୟୟନ କରୁଛନ୍ତି । ସେ ଭବିଷ୍ୟତରେ ଜଣେ ଅନୁବାଦିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ସୁନ୍ଦରୀ ଅନୁକୃତି ଏବେ ମିସ୍ ୱାର୍ଲଡ଼ ପ୍ରତିଯୋଗିତାରେ ଭାରତ ଲାଗି ପ୍ରତିନିଧିତ୍ୱ କରିବେ । ଗତବର୍ଷ ମାନୁଷୀ ଚିଲ୍ଲାର ଏହି ପ୍ରତିଯୋଗୀତାରେ ସଫଳ ହୋଇପାରିଥିଲେ ।

Leave A Reply

Your email address will not be published.