Latest Odisha News

BREAKING NEWS

ପିଏନବି ସ୍କାମ୍: ଏବେ ନୀରବ ମୋଦୀଙ୍କ ଭାଇକୁ ଖୋଜୁଛି ‘ଇଣ୍ଟରପୋଲ୍

ନୂଆଦିଲ୍ଲୀ: ବିପୁଳ ପରିମାଣର ବ୍ୟାଙ୍କ ଅର୍ଥ ହେରଫେର କରି ବିଦେଶକୁ ପଳାୟନ କରିଥିବା ନୀରବ ମୋଦୀଙ୍କ ଭାଇ ଭାଇକୁ ଏବେ ଇଣ୍ଟରପୋଲ୍ ଗିରଫ କରିବାକୁ ସୂଚନା ଜାରି କରିଛି ।

ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ପଳାତକ ନୀରବ ମୋଦୀଙ୍କ ଭାଇ ତଥା ଅଭିଯୁକ୍ତ ନେହାଲ୍ ଦୀପକ ମୋଦୀ ଯେକୌଣସି ଦେଶରେ ଗିରଫ ହୋଇପାରନ୍ତି । ବିଶ୍ୱ ବିଭିନ୍ନ ପ୍ରମୁଖ ଆଇନ୍ ପ୍ରବର୍ତ୍ତନ ଏଜେନ୍ସିଙ୍କ ନିକଟକୁ ଏହି ଅନୁରୋଧ ନୋଟିସ ମାଧ୍ୟରେ ପହଞ୍ଚିଛି ବୋଲି ଏନଡ଼ିଟିଭିରେ ପ୍ରକାଶିତ ଏକ ଖବରରୁ ଜଣାପଡ଼ିଛି ।

ଭାରତରେ ପଳାତକ ଘୋଷିତ ହୋଇଥିବା ନୀରବ ମୋଦୀ ଯିଏକି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି)ରୁ ୨ ଅରବ ଆମେରିକୀୟ ଡ଼ଲାର୍ ନେଇ ପଳାୟନ କରିଥିବା ଅଭିଯୋଗ ରହିଛି । ସେ ଏବେ ଲଣ୍ଡନର ଏକ ଜେଲରେ ଅଛନ୍ତି । ଅବଶ୍ୟ ଆସନ୍ତା ସେପ୍ଟେମ୍ବର ୧୯ରେ ତାଙ୍କର ଏହି ବିଚାର ବିଭାଗୀୟ ହାଜତରେ ରହିବାର ଅବଧି ସମାପ୍ତି ଘଟୁଛି ।

ଭାରତରେ ଏହି ବହୁ ଚର୍ଚ୍ଚିତ ପିଏନବି ସ୍କାମ ପ୍ରଘଟ ହେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ସମେତ ତାଙ୍କ ପରିବାରର କିଛି ସଦସ୍ୟ ଦେଶ ବାହାରକୁ ଚମ୍ପଟ ମାରିଥିଲେ । ପରିବାରର ଅନ୍ୟ ସଦସ୍ୟ ଯଥା ତାଙ୍କର ଭାଇ ନେହାଲ ଏବଂ ନୀରବଙ୍କ ମାମୁଁ ମେହୁଲ୍ ଚୌକସି ଯିଏକି ଗୀତାଞ୍ଜଳି ଗ୍ରୁପର ପ୍ରମୋଟର୍ ଦେଶ ବାହାରକୁ ଖସି ଚାଲିଯାଇଥିଲେ ।

ଏସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇ କହିଛି ଯେ, ନୀରବଙ୍କୁ ଭାଇ ନେହାଲ୍ ଏବଂ ପରିବାରର ସଦସ୍ୟମାନେ ଏହି ଅର୍ଥ କେଳେଙ୍କାରୀ କରିବାରେ ସାହାଯ୍ୟ କରିବା ସହିତ ଏହି ଅପରାଧର ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଛନ୍ତି ।

Leave A Reply

Your email address will not be published.