Latest Odisha News

BREAKING NEWS

ଭୁବନେଶ୍ବର ତମାଣ୍ଡୋରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଜୋରଦାର ହେଲା ଅପରେସନ ହ୍ବାଇଟ୍ ସ୍ପାଇଡର । ପୁଣି ଜବତ ହୋଇଛି ଧଳା ଜହର । ତମାଣ୍ଡୋ ଅଞ୍ଚଳରେ ବ୍ରାଉନସୁଗାର କାରାବାର ବେଳେ ୩ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କ ପାଖରୁ ୧୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଖୋର୍ଦ୍ଧାର ସଞ୍ଜୟ ସାହୁ ଓ ସୋମନାଥ ମହାପାତ୍ର ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହେଲା ଡେଲାଙ୍ଗ ଅଞ୍ଚଳର ସୁରେଶ ହାତୀ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ସେମାନଙ୍କ ନିକଟରୁ ଏକ ବାଇକ ଜବତ କରିଛି ପୋଲିସ । କମିସନରେଟ ପୋଲିସ ଆରମ୍ଭ କରିଥିବା ହ୍ବାଇଟ ସ୍ପାଇଡର ଅପରେସନରେ ଭୁବନେଶ୍ବରରୁ ବର୍ତ୍ତମାନ ସୁଦ୍ଧା ୨ କେଜି ୮୯୧ ଗ୍ରାମ ବ୍ରାଉନସୁଗାର ଜବତ ହେଲାଣି । ସେହିପରି ଧଳା ଜହର କାରବାର ଅଭିଯୋଗରେ ଏଯାଏଁ ୫୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିାନରେଟ୍ ପୋଲିସ ।

Leave A Reply

Your email address will not be published.