ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୧ ମାର୍ଚ୍ଚରୁ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ହିଁ ୬ଷ୍ଠ ଶ୍ରେଣୀରୁ ଉପର ଶ୍ରେଣୀ ଖୋଲାଯିବ । ଆଜି ଏହା ଉପରେ ନିଷ୍ପତ୍ତି ହେବ ।
ବେସିକ୍ ଶିକ୍ଷା ବିଭାଗ ଅନ୍ତର୍ଗତ ପାଠପଢ଼ା କାର୍ଯ୍ୟ ପ୍ରାରମ୍ଭ କରାଯିବା ସମ୍ୱନ୍ଧରେ ବେସିକ୍ ଶିକ୍ଷା ମନ୍ତ୍ରୀ ଡା. ସତିଶ୍ ଦ୍ୱିବେଦୀ କହିଛନ୍ତି, କୋଭିଡ-୧୯କୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ସମୟ ସମୟରେ ଆସୁଥିବା ଗାଇଡ୍ଲାଇନ୍ ଅନୁସାରେ ବେସିକ୍ ଶିକ୍ଷା ବିଭାଗ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟ ଆରମ୍ଭ କରାଯିବାର ନିର୍ଣ୍ଣୟ ନିଆଯାଇଛି ।
ଏହି କ୍ରମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତର (ଶ୍ରେଣୀ-୬ରୁ ୮ ପର୍ଯ୍ୟନ୍ତ)ର ପିଲାଙ୍କର ପାଠପଢ଼ା ୧୦ ଫେବ୍ରୁଆରୀ ୨୦୨୧ରୁ ଆରମ୍ଭ ହେବ । ପ୍ରାଥମିକ ବିଦ୍ୟାଳୟ ସ୍ତର (ଶ୍ରେଣୀ-୧ରୁ ୫ଯାଏ) ପିଲାଙ୍କ ପାଠପଢ଼ା ଦିନାଙ୍କ ୧ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହେବ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିକ୍ଷା ବିଭାଗକୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବେସିକ୍ ଶିକ୍ଷା ବିଭାଗ ୬ରୁ ୮ ପର୍ଯ୍ୟନ୍ତ ସ୍କୁଲ୍କୁ ୧୫ ଫେବ୍ରୁଆରୀରୁ ଖୋଲିବାର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ।
Comments are closed.