Latest Odisha News

BREAKING NEWS

ଦିଲ୍ଲୀ ବିମାନବନ୍ଦରରୁ ଧରା ପଡିଲା ଜୈଶ-ଇ-ମହମ୍ମଦର ଆତଙ୍କବାଦୀ

ଶ୍ରୀନଗର:ଦିଲ୍ଲୀ ବିମାନବନ୍ଦରରୁ ସ୍ଥାନୀୟ ପୋଲିସ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ମୁନୀବ ଅହମ୍ମଦ ସୋଫି ନାମକ ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ବିଜବେହାଡାରେ ବାସିନ୍ଦା । ସେ ପାକିସ୍ତାନ ଆତଙ୍କବାଦୀ ୱାଲେଦ ଭାଇଙ୍କ ପାଇଁ କାମ କରୁଥିଲେ । ୨୦୨୦ରେ ଆଇଇଡି ଏକ୍ସପର୍ଟ ୱାଲେଦ ପୋଲିସ ଗୁଳିରେ ନିହତ ହୋଇଥିଲା ।

ସେବେଠାରୁ ମୁନୀବ ଫେରାର ଥିଲା । ଏବେ ଗିରଫ ହେବା ପରେ ତାଠାରୁ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଓ ଲୁକ୍ ଆଉଟ ନୋଟିସ ଜାରି କରାଯାଇଥିଲା ।

Leave A Reply

Your email address will not be published.