Latest Odisha News

BREAKING NEWS

ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଓଡିଶା ଗସ୍ତରେ ଆସିବା ନେଇ ଶୁକ୍ରବାର ଦିନ ରାଜ୍ୟ ବିଜେପି ସ୍ପଷ୍ଟ କରିଛି ।

ଗସ୍ତର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଦଳ ପକ୍ଷରୁ ବଲାଙ୍ଗିରରେ ଆୟୋଜିତ ହେବାକୁ ଥିବା ଏକ ସମ୍ମିଳନୀରେ ଯୋଗଦେବେ ବିଜେପି ପକ୍ଷରୁ ସୂଚନା ମିଳିଛି।

ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଦଳ ପକ୍ଷରୁ ବଲାଙ୍ଗିରରେ ହେବାକୁ ଥିବା ସ୍ୱାଭିମାନ ସମାବେଶରେ ଯୋଗଦେବେ । ଏଥିସହିତ ଆଗାମୀ ନିର୍ବାଚନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ମନ୍ତ୍ର ଫୁଙ୍କିବେ ।

ଅନ୍ୟପକ୍ଷରେ ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୫ ତାରିଖରେ ବାରିପଦାରେ ଅନୁଷ୍ଠିତ ହେବାକୁ ଥିବା ଏକ ସାର୍ବଜୈନିକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ତଥା ଯୋଜନାର ଶୁଭାରମ୍ଭ କରିବା ସହିତ ଆଇଆଇଟି ଭୁବନେଶ୍ୱରର ନୂଆ କ୍ୟାମ୍ପସ ଉଦଘାଟନ କରିଥିଲେ ।

Leave A Reply

Your email address will not be published.