ନୂଆଦିଲ୍ଲୀ: କତାରର ଅମିର ଶେଖ ତମିମ ବିନ ହମାଦ ଅଲଥାନି ଦୁଇ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାରର ଅମିରଙ୍କୁ ବିମାନବନ୍ଦରରେ କୋଳାଗ୍ରତ କରି ସ୍ବାଗତ କରିଛନ୍ତି। ଏହାପୂର୍ବରୁ ସେ ୨୦୧୫ରେ ଭାରତକୁ ଆସିଥିଲେ ।
ଏହି ଗସ୍ତରେ କତାର ଅମିରଙ୍କ ସହ ମନ୍ତ୍ରୀ,ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟୀ ପ୍ରତିନିଧିମଣ୍ଡଳ ସମେତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ଭାରତ ଆସିଛନ୍ତି । ଅମୀର ଶେଖଙ୍କ ଏହି ଗସ୍ତ ଭାରତ ଏବଂ କତାର ଦ୍ୱିପାକ୍ଷିକ ବ୍ୟବସାୟ ଏବଂ ନିବେଶକଙ୍କୁ ବଢାଇବ । ସୋମବାର ରାତିରେ ଶେଖ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ଭେଟିବେ। ସେହିପରି ସେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
#WATCH | Prime Minister Narendra Modi receives Amir of the State of Qatar, Sheikh Tamim Bin Hamad AL Thani, at the Palam Technical Airport in Delhi.
Amir of the State of Qatar, Sheikh Tamim Bin Hamad AL Thani will be on a State Visit to India on 17-18 February. During his… pic.twitter.com/4laLFgU9CG
— ANI (@ANI) February 17, 2025
ଶେଖ ତମିମ ବିନ ହମାଦ ଅଲଥାନି ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତ ଏବଂ କତାର ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ନିରନ୍ତର ମଜବୁତ ହୋଇଛି।
ଭାରତ ଏବଂ କତାର ମଧ୍ୟରେ ପୁରୁଣା ବ୍ୟବସାୟିକ ସମ୍ପର୍କ ରହିଛି । ୨୦୦୦ରୁ ୨୦୨୪ ମଧ୍ୟରେ ଭାରତକୁ କତାରରୁ ୧.୫ ବିଲିୟନ ଡଲାରର ଏଫଡିଆଇ ମିଳିଛି । ୨୦୨୩-୨୪ରେ ଭାରତ ଏବଂ କତାର ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ ନିଅଣ୍ଟ ୧୪ ବିଲିୟନ ଡଲାର ଥିଲା ।
Comments are closed.