Latest Odisha News

ବାଲିଗୁଡ଼ା ସବଜେଲରୁ କଏଦୀ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବଜେଲରୁ କଏଦୀ ଫେରାର୍ । ଫେରାର କଏଦୀର ନାଁ ଟୁକୁନା ମାଳି । ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ । ଜେଲ ପରିସରରେ ଥିବା ଏକ ଝରକାର ଲୁହା ଗ୍ରିଲ୍ କାଟି ଚମ୍ପଟ ମାରିଛି ଟୁକୁନା । ଏନେଇ ବାଲିଗୁଡ଼ା ଥାନାରେ ଜେଲର୍ ଏତଲା ଦେଇଛନ୍ତି ।

ଟୁକୁନା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବାଲିଗୁଡ଼ା ସବଜେଲରେ ସଜା କାଟୁଥିଲା । ଗତ ଦୁଇ ବର୍ଷ ହେବ ସେ ବାଲିଗୁଡ଼ା ସବଜେଲରେ ରହୁଥିଲା । ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ଖୋଳତାଡ କରିଛି । ଫେରାର୍ ଟୁକୁନାକୁ ଧରିବା ପାଇଁ କସରତ ଚଳାଇଛି ପୋଲିସ ।

ଏବେ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ଉଠୁଛି । କେମିତି ଓ କେଉଁ ପରିସ୍ଥିତିରେ ଜଣେ କଏଦୀ ଜେଲରୁ ଫେରାର୍ ହୋଇଗଲେ ? ସୁରକ୍ଷାକର୍ମୀ ସେତେବେଳେ କରୁଥିଲେ କଣ ? ନା ଜେଲ୍ ପରିସରରେ ଢିଲା ସୁରକ୍ଷା ବ୍ୟବସ୍ଥା ରହିଛି ?

Leave A Reply

Your email address will not be published.