Latest Odisha News

BREAKING NEWS

ପ୍ରିୟା ପ୍ରକାଶଙ୍କ ଗ୍ଲାମରସ୍ ଲୁକ ଫ୍ୟାନ୍ସଙ୍କୁ କଲା ଦିୱାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଉଥ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କର ଗୋଟିଏ ଭିଡିଓ ଯୋଗୁଁ ରାତାରାତି ସେ ପ୍ରସିଦ୍ଧ ହୋଇଥିଲେ। ପ୍ରିୟା ସେହି ସମୟରେ ଗୋଟିଏ ଫିଲ୍ମର ଗୀତରେ ଆଖି ମାରୁଥିଲେ । ସେହି ଆଖି ମାରିବା ଅନ୍ଦାଜ ଏତେ ଭଲ ଥିଲା ଯେ ସେହି ଭିଡିଓଟି ଚାରିଆଡ଼େ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ସାରା ଦେଶ ବହୁତ ପସନ୍ଦ କରିଥିଲା। ପ୍ରିୟା ପ୍ରକାଶ ଜଣେ ସୋସିଆଲ ମିଡିଆ ଷ୍ଟାର ଏବଂ ପ୍ରତିଦିନ ଫଟୋ, ଭିଡିଓ ସେୟାର କରି ପ୍ରଶଂସକଙ୍କୁ ନିଜ ଆଡକୁ ଟାଣି ରଖନ୍ତି। ନିକଟରେ ସେ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ର କୂଳରେ ମଜା କରୁଥିବା ଦେଖାଯାଉଛି। ଏହି ଭିଡିଓରେ ପ୍ରିୟା ବିଚ ଲୁକରେ ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି।

ପ୍ରିୟା ପ୍ରକାଶ ଏହି ଭିଡିଓକୁ ତାଙ୍କ ଅଫିସିଆଲ୍ ଇନଷ୍ଟାରେ ସେୟାର କରିଛନ୍ତି। ଭିଡିଓରେ, ଆପଣ ଅଭିନେତ୍ରୀଙ୍କୁ ସମୁଦ୍ର କୂଳରେ କିଛି ସୁନ୍ଦର ମୁହୂର୍ତ୍ତ ଉପଭୋଗ କରୁଥିବା ଦେଖିପାରିବେ। ଏହି ଭିଡିଓରେ ପ୍ରିୟା ଏକ ବିଚରେ ବାଲି ଉପରେ ଖାଲି ପାଦରେ ବୁଲୁଛନ୍ତି। ସେ ଏକ ଛୋଟ କଳା ସ୍କର୍ଟ, କମଳା ବିକିନି ଏବଂ ଖୋଲା କେଶରେ ବୁଲୁଛନ୍ତି। ଏହି ଲୁକରେ ସେ ଅନେକ ଗ୍ଲାମର ଦେଖାଯାଉଛନ୍ତି। ପ୍ରିୟା ପ୍ରକାଶଙ୍କ ଏହି ଭିଡିଓରେ ପ୍ରଶଂସକମାନେ ପ୍ରେମଭରା ପ୍ରତିକ୍ରିୟା ଦେଇଛନ୍ତି।

 

ଏହି ଭିଡିଓ ସେୟାର କରିବାବେଳେ ପ୍ରିୟା ପ୍ରକାଶ କେବଳ ଅଳ୍ପ କିଛି ଇମୋଜି ବ୍ୟବହାର କରିଛନ୍ତି ଏବଂ ଏହା ସହିତ ସେ ଅନେକ ହ୍ୟାସଟ୍ୟାଗ୍ ଦେଇଛନ୍ତି। ଅଭିନେତ୍ରୀଙ୍କ ପୋଷ୍ଟକୁ ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ଲାଇକ୍ ମିଳିଛି। ଏହି ଭିଡିଓ ଉପରେ ହଜାର ହଜାର ଲୋକ ମଧ୍ୟ ମନ୍ତବ୍ୟ ଦେଉଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ‘ଆପଣ ଟ୍ରାଡିଶନାଲ ପୋଷାକରେ ଅଧିକ ଭଲ ଲାଗନ୍ତି। ‘। ଅନ୍ୟ ଜଣେ ଲେଖିଛନ୍ତି, ‘ଫାୟାର ଲଗ୍ ରହି ହୋ’। ଏହିଭଳି ଭାବେ ଲୋକମାନେ ପ୍ରିୟା ପ୍ରକାଶଙ୍କ ଏହି ଭିଡିଓରେ ଅନେର ପ୍ରେମ ବାର୍ତ୍ତା ଦେଇଛନ୍ତି।

Leave A Reply

Your email address will not be published.