Latest Odisha News

BREAKING NEWS

ଝିଅକୁ ଧରି ପାର୍କରେ ବୁଲିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ପ୍ରିୟଙ୍କାଙ୍କ ହଲିଉଡ୍ ସିରିଜ୍ ‘ସିଟ୍‌ଡେଲ୍‌\’ ଏପ୍ରିଲ ୨୮ ତାରିଖରେ ଓଟିଟି ପ୍ଲାଟଫର୍ମ ମୁକ୍ତିଲାଭ କରିଛି । ଏଥିରେ ତାଙ୍କର ଅଭିନୟଙ୍କୁ ଲୋକେ ବେଶ ପ୍ରସନ୍ଦ କରିଛନ୍ତି । ଏହି ସମୟରେ ପ୍ରିୟଙ୍କା ସୋସିଆଲ ମିଡିଆରେ ନିଜ ଝିଅର କିଛି ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ପାର୍କ ଓ ସପିଂ ମଲରେ ବୁଲୁଥିବା ଦେଖିବାକୁ ମିଳିଛି ।

ପ୍ରିୟଙ୍କା ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଝିଅକୁ ଧରି ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ବୁଲୁଛନ୍ତି । ଝିଅକୁ ଷ୍ଟ୍ରୋଲରରେ ଧରିଥିବାର ନଜର ଆସିଛନ୍ତି । ଏହି ଭିଡିଓରେ, ଝିଅର ସୁନ୍ଦର ଛୋଟ ଛୋଟ ପାଦ ଦୃଶ୍ୟମାନ ହେଉଛି ଏବଂ ସେ ଚାଲିବା ସମୟରେ ମଧ୍ୟ ବହୁତ ଖୁସି ଥିବା ଜଣାଯାଇଛି । କେବଳ ଏତିକି ନୁହେଁ ପ୍ରିୟଙ୍କା ଝିଅକୁ କୋଳରେ ଧରି ବିଭିନ୍ନ ଦୃଶ୍ୟ ଦେଖାଉଥିବା ଦେଖିବାକୁ ମିଳିଛି । ଏଥିସହ ଆଉ ଏକ ଫଟୋରେ ପ୍ରିୟଙ୍କା ଝିଅକୁ ଧରି ସପିଂ କରୁଥିବା ମଧ୍ୟ ନଜର ଆସିଛନ୍ତି ।

 

Leave A Reply

Your email address will not be published.