Latest Odisha News

BREAKING NEWS

ଶେଷ ବଲରେ ଚୌକା ମାରି କେକେଆରକୁ ଜିତାଇଲେ ରିଙ୍କୁ ସିଂ

କୋଲକାତା: ଇଡେନ୍ ଗାର୍ଡେନ୍ସରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟରେ ମ୍ୟାଚ ଜିତିଛି। ଶେଷ ବଲରେ ଚୌକା ମାରି ରିଙ୍କୁ ସିଂ କେକେଆରକୁ ବିଜୟ ଦେଇଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ କେକେଆର୍ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି।

କେକେଆର୍ ପାଇଁ ଅଧିନାୟକ ନୀତୀଶ ରାଣା ୩୮ ବଲରେ ସର୍ବାଧିକ ୫୧ ରନ୍ ସଂଗ୍ରହ କରିଥିଲେ। ଏବଂ ଆଣ୍ଡ୍ରେ ରସେଲ ୨୩ ବଲରେ ୪୨ ରନ କରି ଏକ ଧୂଆଁଧାର ଇନିଂସ ଖେଳିଥିଲେ। ୧୦ ବଲରେ ୨୧ ରନ୍ କରିବା ପରେ ରିଙ୍କୁ ସିଂ ଅପରାଜିତ ରହିଥିଲେ। ପଞ୍ଜାବ ପାଇଁ ରାହୁଲ ଚହର ୨ଟି ୱିକେଟ୍ ନେଇଥିଲେ।

୧୮୦ ରନ୍‌ର ଲକ୍ଷ୍ୟକୁ ପଛରେ ପକାଇ କେକେଆର ଜସନ ରୟ ଏବଂ ରହମାନୁଲ୍ଲା ଗୁରୁବାଜଙ୍କ ଦ୍ୱାରା ଜବରଦସ୍ତ ଇନିଂସ ଆରମ୍ଭ ହୋଇଥିଲା। ଏହାପରେ ପଞ୍ଜାବର ପ୍ରଥମ ୱିକେଟ୍ ୩୮ ରନରେ ପଡିଥିଲା। ୧୨ ବଲରେ ୧୫ ରନ୍ କରିବା ପରେ ଗୁରୁବାଜ ଆଉଟ୍ ନାଥନଙ୍କ ଦ୍ୱାରା ଆଉଟ ହୋଇଥିଲେ।

ଜସନ୍ ରୟ ୬୪ ରନ କରିଥିବା ବେଳେ କେକେଆରକୁ ଦ୍ୱିତୀୟ ଝଟକା ଲାଗିଥିଲା। ସେହିରରି ୧୧୫ ରନ କରି ଭେଙ୍କଟେଶ ଆୟରଙ୍କ ରୂପରେ କେକେଆର୍ ତୃତୀୟ ଝଟକା ପାଇଥିଲା। ଦଳର ଅଧିନାୟକ ନୀତୀଶ ରାଣାଙ୍କୁ ରାହୁଲ ଚହର ଆଉଟ କରିଥିଲେ। ସେ ୩୮ ବଲରେ ୫୧ ରନ୍ କରିବା ପରେ ଆଉଟ ହୋଇଥିଲେ। ଏହା ପରେ ଆଣ୍ଡ୍ରେ ରସେଲ ଏବଂ ରିଙ୍କୁ ସିଂ ମ୍ୟାଚକୁ ଜିତାଇଥିଲେ।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା। ପଞ୍ଜାବ ପାଇଁ ଅଧିନାୟକ ଶିଖର ଧାୱନ ୪୭ ଟି ବଲରେ ସର୍ବାଧିକ ୫୭ ରନ ସଂଗ୍ରହ କରିଥିଲେ। ବରୁଣ ଚକ୍ରବର୍ତ୍ତୀ କେକେଆର୍ ପକ୍ଷରୁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ହର୍ଷିତ ରାଣା ୨ଟି ଓ୍ୱିକେଟ ନେଇଥିଲେ।

Leave A Reply

Your email address will not be published.