Latest Odisha News

BREAKING NEWS

ଚା’ ବଗିଚାରେ ମହିଳା ଶ୍ରମିକଙ୍କ ସହ ଚା’ ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ମିଶନ ଆସାମର ଆଜି ଦ୍ୱିତୀୟ ଦିନରେ ଆସାମର ସଧାରୁ ଟି-ଷ୍ଟେଟରେ ପହଞ୍ଚିଥିଲେ ପ୍ରିୟଙ୍କା । ସେଠାରେ ସେ ଚା’ ବଗିଚା ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି । ଏହାପରେ ସେ ସେଠାରେ ମହିଳା କର୍ମୀଙ୍କ ସହ ବଗିଚାରେ ପାରମ୍ପରିକ ଭାବେ ଚା’ପତ୍ର ତୋଳିଥିଲେ । ଆସାମ ବିଧାନସଭା ନିର୍ବାଚନ ୨୦୨୧ରେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବାକୁ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଅଣ୍ଟା ଭିଡିଛନ୍ତି । 

ପ୍ରତିଥର ନିର୍ବାଚନ ସମୟରେ ଆସାମ ଚା’ ବଗିଚା ଓ ଶ୍ରମିକ ପ୍ରସଙ୍ଗ ଉଠିଥାଏ । ଆଜି ତେଜପୁରରେ ପ୍ରିୟଙ୍କା ଏକ ଜନସଭାକୁ ସମ୍ବୋଧିତ କରିବେ।

ଗତକାଲି ପ୍ରିୟଙ୍କା ଆସାମରେ ପହଞ୍ଚିଥିଲେ । ଆସାମରେ ପହଞ୍ଚିବା ପରେ ସେ ପ୍ରସିଦ୍ଧ ଶକ୍ତିପୀଠ ମା’ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। 

ଏହାପରେ ସେ ନୀଳାଞ୍ଚଳ ହିଲ୍ସ ସ୍ଥିତ ଶକ୍ତିପୀଠ ଯାଇଥିଲେ। ସେ କହିଥିଲେ ଯେ ସେ ବହୁତ ଆଗରୁ ମନ୍ଦିର ଆସିବାକୁ ଚାହୁଁଥିଲେ ଓ ତାଙ୍କର ଏହି ଇଛା ପୁରା ହୋଇଛି। ମା’ଙ୍କ ପାଖରେ ସେ ନିଜ ପରିବାର ଓ ଆସାମବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ବୋଲି କହିଥିଲେ।

ଆସାମରେ ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖରେ ୩ଟି ପର୍ଯ୍ୟାୟରେ ମତଦାନ ହେବାର ଅଛି ।

Leave A Reply

Your email address will not be published.