Latest Odisha News

ପ୍ରଫେସର ତ୍ରିପାଠୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

କୋରାପୁଟ : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ।

୨୦୨୧ ଜୁଲାଇରେ ସ୍ବର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଥିଲା।

ପଶ୍ଚିମବଙ୍ଗର ବିଶ୍ୱ ଭାରତୀ ଓ ଶାନ୍ତିନିକେତନରେ ପ୍ରଫେସର ଭାବେ କାର୍ୟ୍ୟରତ ପ୍ରଫେସର ତ୍ରିପାଠୀ ଏହି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ରାଷ୍ଟ୍ରପତି ତାଙ୍କୁ ୫ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତ କରିଛନ୍ତି।

 

Leave A Reply

Your email address will not be published.