Latest Odisha News

BREAKING NEWS

ରାଜ୍ୟବ୍ୟାପୀ ସମସ୍ତ ‘କେନ୍ଦ୍ର ସରକାରୀ ଅଫିସ’ ସମ୍ମୁଖରେ ନଭେମ୍ବର ୫ରେ ବିଜେଡି ବିକ୍ଷୋଭ କରିବ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୫ରେ ରାଜ୍ୟରେ ଥିବା ସମସ୍ତ ଏମ୍ପଲୟମେଣ୍ଟ କାର୍ଯ୍ୟାଳୟରେ ତାଲା ପକାଇବା ବିଜେପି ଦେଇଥିବା ଉତ୍ତରରେ ବିଜେଡି ପାଲଟା ଜବାବ ଦେଇଛି ।

ଏନେଇ ଶନିବାର ଦିନ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ପ୍ରକାଶ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଦଳର ସମସ୍ତ ଛାତ୍ର ଓ ଯୁବ ଜନତା ଦଳ ରାଜ୍ୟର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଚଳିତମାସ ୫, ୬ ଏବଂ ୮ ତାରିଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବ ।

“କେନ୍ଦ୍ରରେ ଥିବା ଏନଡିଏ ସରକାର ପ୍ରତିବର୍ଷ ୨କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ନେଇ କହିଥିଲା ବେଳେ ସେସବୁ କଥା ଧୂଆଁବାଣ ହୋଇଯାଇଛି“ । ବିଜେପିକୁ ଉତ୍ତର ଦେବାକୁ ଯାଇ ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି ବିମୁଦ୍ରୀକରଣ ଯୋଗୁଁ ଭାରତା ଲକ୍ଷଲକ୍ଷ ଲୋକ ନିଯୁକ୍ତି ସୁଯୋଗ ହରାଇଛନ୍ତି ।

ରାଜ୍ୟରେ ଶିଳ୍ପ କ୍ଷେତ୍ରର ଉନ୍ନତି ପ୍ରତି କେନ୍ଦ୍ର ସରକାରଙ୍କ ଅବଦାନ ପୂରାପୂରି ନିରାଶଜନକ । ଏଥିସହିତ କେନ୍ଦ୍ରରେ ୪ ବର୍ଷର ଶାସନ କାଳ ମଧ୍ୟରେ କେନ୍ଦ୍ର ସରକାର ଓଡିଶାର ଉଦ୍ୟୋଗ କ୍ଷେତ୍ରରେ ସେପରି କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି କହିଛନ୍ତି ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।

Leave A Reply

Your email address will not be published.