Latest Odisha News

BREAKING NEWS

ମୁମ୍ବାଇକୁ ପୁଣି ଫେରିବ ଲକ୍‌ଡାଉନ୍‌?

ମୁମ୍ବାଇ: ମୁମ୍ବାଇରେ ଦୈନିକ କରୋନା ମାମଲା ପ୍ରାୟ ୨୦ ହଜାର ପାଖାପାଖି ରହୁଛି। ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ରାଜଧାନୀରେ ଲକ୍‌ଡାଉନ୍‌ ପକାଯିବା ନେଇ ଆଶଙ୍କା କରାଯାଉଛି। ସହରର ମେୟର କହିଛନ୍ତି ଯେ ଯଦି ସହରର ଦୈନନ୍ଦିନ ମାମଲା ୨୦ ହଜାର ଟପିବ , ତେବେ ଆମେ ଲକ୍‌ଡାଉନ୍‌କୁ ଉପରେ ବିଚାର କରିବୁ।

ମେୟର ଏହା ମଧ୍ୟ କହିଛନ୍ତି ଯେ ମୁମ୍ବାଇରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପକାଇବା କୌଣସି ଯୋଜନା ନାହିଁ। ତେବେ ସେ ମିନି ଲକଡାଉନ୍ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ସମୟ ସମୟରେ ମିନି ଲକ୍‌ଡାଉନ୍‌ ଜାରି କରୁଛନ୍ତି।

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ କିଛି ପ୍ରତିବନ୍ଧକ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଅଫିସ୍ ସମୟ ବଦଳାଇବା କିମ୍ବା ଘରୁ କାମ କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ।

Leave A Reply

Your email address will not be published.