ଓଡ଼ିଶା ସମ୍ବାଦ ବ୍ୟୁରୋ: ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ ପକ୍ଷରୁ ଟୁଇଟ କରାଯାଇଛି । ଏହି ତିନୋଟି ଉପଗ୍ରହ ସିଙ୍ଗାପୁରର ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ କକ୍ଷପଥରେ ପହଞ୍ଚି ସାରିଛି ।
PSLV-C53/DS-EO Mission: Countdown is ON. Watch the launch LIVE on the ISRO website https://t.co/5wOj8azXcf or the ISRO Official Youtube channel (https://t.co/5htvDtWK80) from 17:32 hours IST.
— ISRO (@isro) June 30, 2022
ISRO କହିଛି ଯେ ତିନୋଟି ବିଦେଶୀ ଉପଗ୍ରହ ନେଇ PSLV-C53 ଶ୍ରୀହାରିକୋଟା ସ୍ପେସ୍ ଷ୍ଟେସନ ଛାଡିଥିଲା । ଏହି PSLV ଏକ ସ୍ଥିର ପ୍ଲାଟଫର୍ମ ଭାବରେ ଅର୍ବିଟାଲ୍ ପରୀକ୍ଷାମୂଳକ ମଡ୍ୟୁଲ୍ (POEM) ସହିତ ପୃଥିବୀକୁ ପରିକ୍ରମା କରିବ । ISRO ଟ୍ୱିଟର ମାଧ୍ୟମରେ କହିଛି ଯେ ଏହି ମିଶନ ସଫଳତାର ସହିତ ସମାପ୍ତ ହୋଇଛି ।
#WATCH | Andhra Pradesh: PSLV-C53/DS-EO and 2 other co-passenger satellites launched from the 2nd Launch Pad, SDSC-SHAR, Sriharikota. It accompanies PSLV Orbital Experimental Module (POEM) orbiting the earth as a stabilized platform.
(Source: ISRO) pic.twitter.com/zfK8SZJcvr
— ANI (@ANI) June 30, 2022
PSLV ହେଉଛି ତୃତୀୟ ଜେନେରେସନର ଉପଗ୍ରହ ଯାହାକି ଭାରତର ସ୍ପେସ୍ ଏଜେନ୍ସି ଇସ୍ରୋ ଦ୍ୱାରା ବିକଶିତ ହୋଇଛି । 1994 ପରଠାରୁ ଏହା କ୍ରମାଗତ ଭାବରେ ମହାକାଶକୁ ଉପଗ୍ରହ ପଠାଉଛି । PSLV ଜୁନ୍ 2017 ପର୍ଯ୍ୟନ୍ତ କ୍ରମାଗତ 39 ସଫଳ ମିଶନ କରିଥିଲା । କେବଳ ଏତିକି ନୁହେଁ, ଭାରତର ଉଭୟ ସଫଳ ମହାକାଶଯାନ – ଚନ୍ଦ୍ରଯାନ -1 ଏବଂ ମଙ୍ଗଲୟାନ 2008 ମସିହାରେ PSLV ରୁ ସମ୍ପୂର୍ଣ୍ଣ ହୋଇଥିଲା । ମହାକାଶ ବିଜ୍ଞାନରେ ଭାରତ ଏକ ପ୍ରମୁଖ ଶକ୍ତି ହୋଇପାରିଛି। ଏକକାଳୀନ 10 ଉପଗ୍ରହକୁ ମହାକାଶକୁ ପଠାଇପାରେ ଭାରତ । ଭାରତୀୟ ଟେକ୍ନୋଲୋଜିକୁ ଏବେ ବିଶ୍ବମାନିଛି ।
Comments are closed.