Latest Odisha News

BREAKING NEWS

ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ; ନବଦିନ ବ୍ୟାପୀ ଭଜନ ସମାରୋହ

ଭୁବନେଶ୍ୱର: ରଥଯାତ୍ରା ପାଇଁ କିସ୍‍ ଶ୍ରୀବାଣୀ କ୍ଷେତ୍ରରେ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ନୀତି ନିର୍ଘଣ୍ଟ ଅନୁଯାୟୀ ଶୁକ୍ରବାର ଅନୁଷ୍ଠିତ ହେଉଛି ରଥଯାତ୍ରା ।
ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଶ୍ରୀଜୀଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ ।ଅପରାହ୍ନ ୪ଟା ୩୦ମିନିଟ୍‍ ସମୟରେ ରଥଟଣା ଆରମ୍ଭ ହେବ । ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥଙ୍କୁ ପୁରୁଷମାନେ ଟାଣିଥାନ୍ତି । ମାଆ ଶୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି ।
ରଥଦାଣ୍ଡର ଆଲୋକିକରଣ କରାଯିବା ସହ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଏଥର ନବଦିନ ବ୍ୟାପୀ ଶ୍ରୀଜୀଉମାନେ ନବନିର୍ମିତ ସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ବିରାଜମାନ କରିବେ । ଚଳିତବର୍ଷ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାରେ ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି ।
ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉମାନଙ୍କ ନବଦିନ ବ୍ୟାପୀ ରହଣି ସମୟରେ ପ୍ରତ୍ୟେକ ସଂଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଭଜନ ସମାରୋହ ବ୍ୟବସ୍ଥା କରାଯାଇଛି । କରୋନା ମହାମାରୀ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଥିବାରୁ ଦୀର୍ଘ ଦୁଇ ମାସ ଧରି କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
Leave A Reply

Your email address will not be published.