Latest Odisha News

BREAKING NEWS

ପାରାଦ୍ଵୀପ ଠାରେ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି

ପାରାଦ୍ଵୀପ: ଜଗତସିଂହପୁର  ଜିଲ୍ଲାର ପାରାଦ୍ଵୀପସ୍ଥିତ ନୂଆଗଡ ଗ୍ରାମରେ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର  ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ଅନୁଷ୍ଠିତ ହେଇଯାଇଛି । ଏହି ଜନ ଶୁଣାଣି  ସଭାରେ ଜଗତସିଂହପୁର ଜିଲ୍ଲାର ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ  ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ  ସଭାପତିତ୍ୱ କରିଥିଲେ। । ଓଏସପିସିବି ପାରାଦ୍ୱୀପର ଆଞ୍ଚଳିକ ଅଧିକାରୀ ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା ଜନ ଶୁଣାଣି ସଭା ପରିଚାଳନା କରିଥିଲେ। ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଂଜନ ବେହେରା ଏହି ସଭାରେ ଉପସ୍ଥିତ ଥିଲେ ।

ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରକଳ୍ପ ପକ୍ଷରୁ ଓଡିଶା ପ୍ରୋଜେକ୍ଟସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜୀବ ଭଟ୍ଟନାଗର ,  ବ୍ରାଉନ ଫିଲ୍ଡ ପ୍ରୋଜେକ୍ଟ ମୁଖ୍ୟ ଶ୍ରୀ ଅରୁଣ କୁମାର ରଥ,  ଓଡିଶା ଅପରେସନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି, ଶ୍ରୀ ପି କେ ମହାନ୍ତି, ମୁଖ୍ୟ-ଜମି ଅଧିଗ୍ରହଣ ଏବଂ ଆର ଆଣ୍ଡ ଆର, ଏବଂ ପରିବେଶ ବିଭାଗର ବରିଷ୍ଠ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଦାଶ ଉପସ୍ଥିତ ଥିଲେ। ଏଏମ୍/ଏନ୍ଏସ୍ ଇଣ୍ଡିଆ, ଓଡିଶା ପ୍ରୋଜେକ୍ଟର ପରିବେଶ ବିଭାଗର ବରିଷ୍ଠ ପ୍ରବନ୍ଧକ,, ଶ୍ରୀ ଶୁଭେନ୍ଦୁ କୁମାର ଦାଶ, ପ୍ରକଳ୍ପ ଦ୍ୱାରା ପରିବେଶ ଉପରେ ହେବାକୁ ଥିବା ସମ୍ଭାବିତ ପ୍ରଭାବକୁ ନ୍ୟୁନତମ ସ୍ତରକୁ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଥିଲେ । ପରିବେଶର ସୁରକ୍ଷା ପାଇଁ ସର୍ବୋତ୍ତମ ଜ୍ଞାନକୌଶଳ ନିୟୋଜିତ କରାଯିବ ବୋଲି ସୁନିଶ୍ଟିତକରାଯାଇଛି।

୨୦୩୦ ସୁଦ୍ଧା ଦେଶରେ  ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନର  ଲକ୍ଷ ହାସଲ କରିବାକୁ ଏବଂ ଦେଶରେ ବର୍ତ୍ତମାନର ମୁଣ୍ଡପିଛା ଇସ୍ପାତ ବ୍ୟବହାର ସ୍ତର ୬୪.୨ କିଲୋଗ୍ରାମ ଥିବାବେଳେ ୨୦୩୦ ସୁଦ୍ଧା ମୁଣ୍ଡପିଛା ଇସ୍ପାତ ବ୍ୟବହାର ୧୬୦ କିଲୋଗ୍ରାମକୁ  ବୃଦ୍ଧି କରିବାକୁ ଲକ୍ଷ  ରଖାଯାଇଛି | ଏହି ଲକ୍ଷ ପୂରଣ କରିବା ଉଦ୍ଦେଶ୍ୟରେ,  ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦ୍ୱୀପଠାରେ  ବାର୍ଷିକ ୭  ନିୟୁତ  ଟନ  କ୍ଷମତା  ବିଶିଷ୍ଟ  ତରଳ ଇସ୍ପାତ ଉତ୍ପାଦନ ପାଇଁ ଏକ ସମନ୍ବିତ ଇସ୍ପାତ  କାରଖାନା  ସ୍ଥାପନ କରିବାକୁ ଯୋଜନା କରିଛି | ଏହି ପ୍ରକଳ୍ପ ଥରେ ପୁର୍ଣ  ଭାବେ  କାର୍ଯ୍ୟକାରୀ  ହୋଇଗଲେ ଓଡ଼ିଶାର  ଏକ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବା ଦିଗରେ ଏହା  ଏଏମ୍/ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଆଉ ଏକ ପଦକ୍ଷେପ ହେବ।

 

Leave A Reply

Your email address will not be published.