Latest Odisha News

BREAKING NEWS

ଜାନୁଆରୀ ୨୫ ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଗଞ୍ଜାମ: ଚଳିତ ଜାନୁଆରୀ ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କିଭଳି ଶାନ୍ତି ଶୃଙ୍ଖଳା ମଧ୍ୟରେ ମହୋତ୍ସବ ଆୟୋଜନ ହେବ ଏ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଥିଲା । ୪ଦିନ ଧରି ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ । ଯେଉଁଥିରେ ରାଜ୍ୟ ଏବଂ ରାଜ୍ୟବାହାରର ଏସ ଏଚ ଜି ମହିଳା ମାନେ ଯୋଗଦେବେ ସେହିପରି ଜିଲ୍ଲା ଏବଂ ରାଜ୍ୟ ବାହାରର କଳାକାର ମାନେ ଯୋଗ ଦେଇ ନିଜର କଳା ପଦର୍ଶନ କରିବେ ।

କୋଭିଡ ଗାଇଡ଼ ଲାଇନ ଅନୁଯାଇ ମୋହତ୍ସବ ଆୟୋଜନ ହେବ । ଟ୍ରାଫିକ୍ ବ୍ୟବସ୍ଥା, ସଫେଇ କାର୍ଯ୍ୟ, ଜଳ ଯୋଗାଣ ବ୍ୟବସ୍ଥା, ଅସ୍ଥାୟୀ ପରିଶ୍ରାଗାର, ରାସ୍ତାର ପାର୍ଶ୍ବ ଆଲୋକୀକରଣ, ବାରିକେଡର ଵ୍ୟଵସ୍ଥା କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରବଳ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ଆବଶ୍ୟକ ସ୍ତଳେ ବାହାର ଜିଲ୍ଲାରୁ ପୋଲିସ ଅଣାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି ।

 

 

Leave A Reply

Your email address will not be published.