Latest Odisha News

BREAKING NEWS

ଦୋକାନ ଖୋଲାକୁ କେନ୍ଦ୍ର କରି ଏସିଡ୍ ମାଡ, ପାଞ୍ଚ ଜଣ ଆହତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳା ଥାନା ଡୁଆଝର ଗାଁରେ ଅଭାବନୀୟ ଘଟଣା । ଏସିଡ ମାଡ ରେ ଉଭୟ ପକ୍ଷରୁ ପାଞ୍ଚ ଜଣ ଆହତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଡୁଆଝର ଗାଁର ଦୁଇ ଜଣ ବ୍ୟକ୍ତି ଚିନ୍ଦାଗୁଡ଼ା ଗାଁରେ ସୁନା ଦୋକାନ କରିଛନ୍ତି । ଦୋକାନ ଖୋଲାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଥିଲା । ଏନେଇ ଖଡ଼ିଆଳ ଥାନା ରେ ଅଭିଯୋଗ ମଧ୍ୟ ହୋଇଥିଲା । ପୁଣି ଆଜି ଉଭୟ ପରିବାର ମଧ୍ୟରେ କଳହ ହୋଇ ଶେଷରେ ଉଭୟ ଉଭୟଙ୍କୁ ଏସିଡ ମାଡ କରିଥିଲେ । ଏଥିରେ ପାଞ୍ଚ ଜଣ ଆହତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅଛନ୍ତି । ଗୁରୁତର ଦୁଇ ଜଣଙ୍କୁ ନୂଆପଡ଼ା ପଠାଇ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଇନ ଚାର୍ଜ ଡାକ୍ତର ରଞ୍ଜିତ ରାଉତ । ଗୁରୁତର ଦୁଇ ଜଣ ହେଉଛନ୍ତି ବିଜୟ ସରାଫ ଓ ଧନଞ୍ଜୟ  ସରାଫ । ଏନେଇ ବର୍ତ୍ତମାନ ଯାଏ ଖଡିଆଳ ଥାନାରେ କୌଣସି ଅଭଯୋଗ ହୋଇନଥିବା ବେଳେ ପୋଲିସ ଘଟଣାର ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇ ଥିବା ସୂଚନା ମିଳିଛି।

Leave A Reply

Your email address will not be published.