Latest Odisha News

ପ୍ରଶାନ୍ତ କିଶୋର ହେଲେ ଅମ୍ରିନ୍ଦର ସିଂଙ୍କ ମୂଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂ ପୋଲ ଷ୍ଟ୍ରାର୍ଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ମୂଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରିଛନ୍ତି । ୨୦୨୨ରେ ପଞ୍ଜାବରେ ନିର୍ବାଚନ ହେବାକୁ ଅଛି । ୨୦୧୭ରେ ପ୍ରଶାନ୍ତ ଏବଂ ଅମ୍ରିନ୍ଦର ମିଳିତ ଭାବେ କାର୍ଯ୍ୟ କରି ସଫଳତା ହାସଲ କରିଥିଲେ । ଏବେ ସେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ରଣନୀତିକାର ସାଜିଛନ୍ତି ।

BjdElectrycity

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ସହ କାର୍ଯ୍ୟ କରି ପ୍ରଶାନ୍ତ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ସେ ଜେଡିୟୁ, ଆପ୍‌, ୱାଇଏସଆରସିପି ଓ ଡିଏମକେ ସହ ମଧ୍ୟ କାର୍ଯ୍ୟ କରିଛନ୍ତି । ପ୍ରଶାନ୍ତଙ୍କ ଉପସ୍ଥିତି ଅମ୍ରିନ୍ଦରଙ୍କୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.