Latest Odisha News

ନିର୍ବାଚନ ପ୍ରଚାର ସମୟରେ ଆସାମର ପାରମ୍ପାରିକ ନୃତ୍ୟରେ ନାଚିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଦିନ ନିର୍ବାଚନ ପ୍ରଚାର ସମୟରେ ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଚା ଚାଷୀଙ୍କ ସହ ତାଳ ଦେଇ ନାଚୁଥିବା ଦେଖିବାକୁ ମିଳିଛି। ଯୁବତୀମାନଙ୍କ ସହ ପାରମ୍ପାରିକ ‘ଝୁମୁର’ ନୃତ୍ୟରେ ନାଚିଛନ୍ତି।

କଂଗ୍ରେସ ଦଳର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର ହୋଇଥିବା ଏକ ମିନିଟର ନୃତ୍ୟ ଭିଡିଓରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ସୁରକ୍ଷା କର୍ମୀ ଏବଂ ଗଣମାଧ୍ୟମ ସମେତ ବହୁ ସଂଖ୍ୟାରେ ଲୋକ ଘେରି ରହିଥିବାର ନଜର ଆସିଥିଲେ।

ଗାଢ ବାଇଗଣୀ ରଙ୍ଗର ଶାଢୀ ଏବଂ ପାରମ୍ପାରିକ ସ୍କାର୍ଫ ପିନ୍ଧି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଏକ ମିନିଟର ଭିଡିଓରେ ଯୁବ ସମ୍ପ୍ରଦାୟ ସହ ନାଚିଥିଲେ।

ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଥିବା ରାଜ୍ୟରେ ତିନି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ପ୍ରିୟଙ୍କା ଗାନ୍ଧୀ ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି।

Comments are closed.