Latest Odisha News

BREAKING NEWS

ଆଜିଠୁ ପୁଣି ଟିକାକରଣ; ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ ନେବେ ଟିକା

ଭୁବନେଶ୍ୱର: ଆଜିଠାରୁ ପୁଣି ଆରମ୍ଭ ହେଉଛି ଟିକାକରଣ ପକ୍ରିୟା। ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀଙ୍କର ଆଜି ହେବ ଟୀକାକରଣ । ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ ଦେଇଥିବା ସୂଚନା ଅନୁଯାୟୀ ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ଶେଷ ହେବ।ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋପ୍ଲାନ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁସାରେ, ୧୬ ରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପକ୍ରିୟା ମଧ୍ଯରେ ମୋଟ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯାଇଥିବା ବେଳେ ଅନ୍ୟପଟେ ଟିକାକରଣ ପରେ ଏଯାବତ କାହା ଠାରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରୀୟା ଦେଖା ଯାଇନଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଜାନୁଆରୀ ୩୧ ତାରିଖ ଯାଏଁ ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ରେଜିଷ୍ଟ୍ରେସନ ଚାଲିବ ଏବଂ ଏହାପରେ ସେମାନଙ୍କ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେବେ ।

Leave A Reply

Your email address will not be published.