Latest Odisha News

BREAKING NEWS

କାର ଦୁର୍ଘଟଣାରେ ପଂଜାବୀ ଗାୟକ ନିରଭରଙ୍କ ପରଲୋକ

ଚଣ୍ଡୀଗଡ: ପଞ୍ଜାବର ଆଉ ଜଣେ ଲୋକପ୍ରିୟ ଗାୟକ ନିରଭର ସିଂଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ନିରଭରଙ୍କ ମୃତ୍ୟୁ ପଞ୍ଜାବୀ ଶ୍ରୋତାଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି । ଦର୍ଦେ ଏ ଦିଲ, ଫେରାର ଡ୍ରିମ ଓ ହିକ ଠୋକ ପରି ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅନ୍ୟ ଏକ କାର ଦ୍ରୁତବେଗରେ ଆସି ତାଙ୍କ କାରକୁ ପଛରୁ ପିଟିଥିଲା । ଘଟଣାସ୍ଥଳରେ ନିରଭରଙ୍କ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ପୋଲିସ ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭରକୁ ଗିରଫ କରିଛି । ସେ ଅନ୍ୟ ୨ଟି ଗାଡି ଏବଂ ଗୋଟିଏ ଜିପକୁ ମଧ୍ୟ ଧକ୍କା ଦେଇଥିଲା ।

ଗାୟକ ଭାବେ ଆନ୍ତର୍ଜାତୀୟସ୍ତରରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନିରଭର ଅଷ୍ଟ୍ରେଲିଆ ପଳାଇ ଆସିଥିଲେ । ସେଠାରେ ସେ ଲୋକପ୍ରିୟତା ମଧ୍ୟ ହାସଲ କରି ଆସୁଥିଲେ । ତାଙ୍କ ବିୟୋଗରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.