Latest Odisha News

BREAKING NEWS

ବାହୁଡ଼ା ପହଣ୍ଡି ଆରମ୍ଭ, ଶରଧାବାଲିରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ସଅଳ ଚାଲିଛି । ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ଦର୍ପଦଳନ ରଥରେ ବିରାଜିତ ହୋଇଛନ୍ତି ଶ୍ରୀସୁଦର୍ଶନ । ଏବେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ବଡ଼ଭାଇ ବଳଭଦ୍ର ।

ବାହୁଡ଼ା ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗି ରହିଛି । ବାହୁଡ଼ା ଯାତ୍ରା ପାଇଁ ପୁରୀରେ କରାଯାଇଛି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଘୋଷଯାତ୍ରା ସମୟରେ ସଅଳ ନୀତିକାନ୍ତି ହୋଇଥିବା ବେଳେ ରଥଟଣା ବି ଶୀଘ୍ର ଆରମ୍ଭ ହୋଇଥିଲା । ତଥାପି ୩ ରଥ ସେହିଦିନ ଶରଧାବାଲିରେ ପହଞ୍ଚି ପାରି ନଥିଲେ ।

ରଥଯାତ୍ରା ସମୟରେ ନୀତିରେ ହୋଇଥିବା ବିଭ୍ରାଟକୁ ସୁଧାରି ସଅଳ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନିଆଯାଇଛି । ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ଲକ୍ଷ୍ୟ ରଖା ଯାଇଥିବା ବେଳେ ସକାଳ ୮ଟାରୁ ପହଣ୍ଡି ଆରମ୍ଭ ହୋଇଛି । ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ପରେ ଏବେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଭଉଣୀ ସୁଭଦ୍ରା ।

Leave A Reply

Your email address will not be published.