Latest Odisha News

କଥା ରଖିଲେ ଅଶ୍ୱିନୀ : ବାଲେଶ୍ୱର ନିକଟ ଉପମାର୍ଗ ପାଇଁ ମଞ୍ଜୁର କଲେ ୧୪.୭ କୋଟି 

ନୂଆଦିଲ୍ଲୀ: କଥା ରଖିଲେ ରେଳ  ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ ୧୪.୭ କୋଟି ଟଙ୍କା ପାଣ୍ଠି ମଞ୍ଜୁର କଲେ  ।  ଗତ  ଜୁନ୨୧ ତାରିଖରେ  ବାଲେଶ୍ୱର ଗସ୍ତ ସମୟରେ ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ ରେଳମନ୍ତ୍ରୀ ।  ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ପାଇଁ ନିଧିପଣ୍ଡା ବ୍ରିଜ (ବ୍ରିଜ ନମ୍ବର 259) ନିକଟରେ ଏକ ଉପମାର୍ଗ ନିର୍ମାଣ ସମ୍ପର୍କରେ ଦାବିପତ୍ର ଗ୍ରହଣ କରିଥିଲେ   ଏବଂ ତୁରନ୍ତ ଏହାର  ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ  । ଏବେ ସେହି ପ୍ରତିଶ୍ରୁତି ରକ୍ଷା କରିଛନ୍ତି ରେଳମନ୍ତ୍ରୀ ।

ରେଳବାଇର ‘ଡିଜାଇନିଂ ଦଳ’ ତୁରନ୍ତ ଉପମାର୍ଗ ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ଯାହା ଦକ୍ଷ ଅଧିକାରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି  । ଖଡ଼ଗ୍ପୁର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ହଳଦୀପଦା – ବାଲେଶ୍ୱର ମଧ୍ୟରେ ନିଧିପଣ୍ଡା ବ୍ରିଜ୍ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ  । ଏହି ସେତୁର ତଳେ ଦୁଇ ସ୍ପାନ ମଧ୍ୟରେ ସ୍ଥାନୀୟ ଲୋକମାନେ ଉଭୟ ଯାନବାହାନ ଏବଂ ପଥଚାରୀ ଯାତାୟାତ ପାଇଁ ବ୍ୟବହାର କରୁଛନ୍ତି  । ବର୍ଷାଦିନେ  ଏହି ପଥ ଜଳବନ୍ଦୀ ହୋଇଯାଏ ଏବଂ ବ୍ରିଜ୍ ତଳେ ଥିବା ମାର୍ଗଟିରୁ   ସଂଯୋଗ ବିଛିନ୍ନ ହୋଇଯାଏ  ।

ଏହି ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ମାନ୍ୟବର ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ପାଇଁ ବିକଳ୍ପ, ନିରାପଦ ବ୍ୟବସ୍ଥା ଯୋଗାଇବା ପାଇଁ ସର୍ଭେ କରାଯାଇଥିଲା | ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଖଡ଼ଗ୍ପୁର ଦିଗରୁ ବ୍ରିଜ ନିକଟରେ ୫ ମିଟର ଚୌଡା ଓ ୫ ମିଟର ଉଚ୍ଚତା ବିଶିଷ୍ଟ ଏକ ଉପମାର୍ଗ ନିର୍ମାଣ ପ୍ରସ୍ତାବ ଦିଆଯାଇଛି  ।

ଏହି ଉପମାର୍ଗ ଭାରୀ ଯାନ ସମେତ ସମସ୍ତ ପ୍ରକାର ଯାନବାହନ ଯିବା ପାଇଁ ବ୍ୟବହୃତ ହେବ | ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ଏବଂ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବ  । ଅତିରିକ୍ତ ଭାବରେ, ବର୍ଷାଦିନ ସମୟରେ ଏହି ଅଞ୍ଚଳ ଜଳପ୍ରବାହ ହେବାର ସମ୍ଭାବନାକୁ ଧ୍ୟାନରେ ରଖି ଦ୍ୱିତୀୟ ଉପମାର୍ଗ ନିର୍ମାଣ ପାଇଁ ୪ ମିଟର ଚୌଡା ଓ୨.୭ ମିଟର ଉଚ୍ଚତା ବିଶିଷ୍ଟ ଏକ ଉପମାର୍ଗ ନିର୍ମାଣର ପ୍ରସ୍ତାବ ଦିଆଯାଇଛି  ।  ସେତୁର ନିର୍ମାଣ ଶଯ୍ୟା ସ୍ତରଠାରୁ ପ୍ରାୟ ୧.୬ ମିଟର ହେବ ଏବଂ ପ୍ରବଳ ଜଳ ନିଷ୍କାସନ ସମୟରେ ମଧ୍ୟ ଏହା ଏକ ସବୁଦିନିଆ ରାସ୍ତା ଭାବରେ କାର୍ଯ୍ୟ କରିବ |

Leave A Reply

Your email address will not be published.