Latest Odisha News

ପୁରୀରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ: ବାଟ ହୁଡ଼ୁଛନ୍ତି ଯୁବପିଢ଼ି । ବାଇୟା କରୁଛି ବ୍ରାଉନସୁଗାର । ପୁରୀରୁ ପୁଣି ଥରେ ଜବତ ହୋଇଛି ଧଳା ଜହର । ଆଜି ଅବକାରୀ ବିଭାଗର ସ୍କ୍ୱାଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଗିରଫ ୨ ଯୁବକଙ୍କ ୧୮ ଓ ବର୍ଷ ହେବ । ପୁରୀରୁ ଚଳିତ ବର୍ଷ ୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହେଲାଣି । ଅଧିକାଂଶ ମାମଲାରେ ଯୁବଗୋଷ୍ଠୀଙ୍କ ସହ ମହିଳାଙ୍କ ସମ୍ପୃକ୍ତି ରହିଛି । ଦିନକୁ ଦିନ ପୁରୀରେ ବ୍ରାଉନସୁଗାର କାରବାର ବଢ଼ୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.