Latest Odisha News

BREAKING NEWS

ଅଷ୍ଟ୍ରେଲିଆ ସମୁଦ୍ରକୂଳରେ ଭାସୁଛନ୍ତି ମୁଣ୍ଡ ନ ଥିବା ପେଙ୍ଗୁଇନ !

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରୁ ଏକ ହୃଦୟ ବିଦାରକ ଖବର ସମ୍ମୁଖକୁ ଆସିଛି । ଏହି ଘଟଣା ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଘଟଣାଟି ହେଲା ଅଷ୍ଟ୍ରେଲିଆର ବିଭିନ୍ନ ସମୁଦ୍ରକୂଳରେ ମୁଣ୍ଡ ନ ଥିବା ପେଙ୍ଗୁଇନଙ୍କ ଶବ ଦେଖିବାକୁ ମିଳୁଛି । ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲୋରିୟୁ ଦ୍ୱୀପ ନିକଟରେ ଏହାର ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମୁଣ୍ଡ କୁଆଡେ ଯାଉଛି ତାହାର କାରଣ ବର୍ତମାନ ଖୋଜା ଚାଲିଛି । ବୈଜ୍ଞାନିକମାନଙ୍କୁ ଏଥିନେଇ ପୋଲିସର ସହାୟତା ନେବାକୁ ପଡୁଛି । ସମସ୍ତ ପେଙ୍ଗୁଇନଙ୍କ ଶବକୁ ଏଥି ନିମନ୍ତେ ଏକତ୍ର ରଖାଯାଉଛି । ପ୍ରାରମ୍ଭିକ ରିପୋର୍ଟରେ ସେମାନେ ସ୍ପଷ୍ଟ କରିଛନ୍ତି ଏହା ମନୁଷୃକୃତ ନୁହେଁ ।

ଗଭୀର ସମୁଦ୍ର ମଧ୍ୟରେ ହତ୍ୟା କରି କେବଳ ମୁଣ୍ଡ କାଟିବା ପଛରେ ଅନ୍ୟ କୌଣସି କାରଣ ରହିଛି । କୌଣସି ସାମୁଦ୍ରିକ ଜୀବ ଯଦି କେବଳ ମୁଣ୍ଡ ଖାଇବା ପରେ ଶବ ଛାଡି ଦେଉଥିବ ତାହାହେଲେ ଏହା ଭାସି କରି କୂଳରେ ଲାଗୁଥିବ । ୨୦୨୧ ତୁଳନାରେ ଏଥର ଏହାର ସଂଖ୍ୟା ଅଧିକ ରହିଛି । ଗବେଷକ ଷ୍ଟିଫେନ ହେଜେସ ଏହା ଉପରେ ଗବେଷଣା ଆରମ୍ଭ କରି ଦେଇଛନ୍ତି । ସାମୁଦ୍ରିକ ଜୀବ ଖାଇବା ଘଟଣାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି ।

Leave A Reply

Your email address will not be published.