Latest Odisha News

BREAKING NEWS

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା ଜଗନ୍ନାଥ ସେନା

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଏହି ପ୍ରସଙ୍ଗରେ ଆଜି ଜଗନ୍ନାଥ ସେନା ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି  ।  ଗତକାଲି ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିଛି  ସେନା  । ତେବେ ଏ ନେଇ ଜଗନ୍ନାଥ ସେନାର  ଆବାହକ କହିଛନ୍ତି ଦୁଇ ମାସ ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ । ନଚେତ ଜଗନ୍ନାଥ ସେନା ପୁଣି ଥରେ ଆନ୍ଦୋଳନ କରିବ  । ସମୟ ଗଡାଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସରକାର ନଖେଳନ୍ତୁ  । ସେପଟେ ସେନା କହିଛି ଏକ କମିଟି ଗଠନ  କରି ସେଥିରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଓକିଲ , ଜଜ , ଶଙ୍କରାଚାର୍ଯ୍ୟ ଏବଂ ଗଜପତି ଙ୍କ ପରାମର୍ଶ ନିଆଯିବ  । ଏବଂ ସରକାରଙ୍କୁ ପରାମର୍ଶ ଦିଆଯିବ ।

ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବି ମାନୁନାହାନ୍ତି ସରକାର । ଗତ ସେପ୍ଟେମ୍ବର ୭ ତାରିଖରେ ସୂଚାନାଧିକାର କର୍ମୀ ଦିଲୀପ ବରାଳ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ  । ଯାହାର ଉତ୍ତର ରଖି ଆଇନ ବିଭାଗକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ରାଜ୍ୟପାଳ । ଯାହାର ଏକ ନକଲ ରାଜ୍ୟପାଳ ଅଫିସ ତରଫରୁ ଦିଲୀପ ଙ୍କୁ ଦିଆଯାଇଥିଲା । ଏବଂ ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଆବଶ୍ୟକୀୟ ପଦକ୍ଷେପ ନେଇ କଣ ପଦକ୍ଷେପ ନିଆଯାଇଛି   । ସେ ବିଷୟରେ ରାଜ୍ୟପାଳ ଅଫିସ ଓ ଆବେଦନକାରୀ ଦିଲୀପ ଙ୍କୁ ଜଣାଇବା ପାଇଁ । କିନ୍ତୁ  ୪ବର୍ଷ ବିତିଯାଇଥିଲେ ବି  ଆଇନ ବିଭାଗ କୌଣସି ଉତ୍ତର ରଖିନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.