Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ତଥା ଇନଚାର୍ଜ ସବ୍ ରେଜିଷ୍ଟର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନିମାପଡ଼ା ତହସିଲଦାର ରାମ ଚନ୍ଦ୍ର ଜେନାଙ୍କ ଘରେ ସକାଳ ୫ଟା ସମୟରେ ଚଢ଼ାଉ କରାଯାଇଛି। ତହସିଲଦାରଙ୍କ କାର୍ଯ୍ୟାଳୟ ଚଢ଼ାଉବେଳେ ତାଙ୍କୁ ଅଟକାଇ ଦିଆଯାଇଥିଲା। ତାଙ୍କଠାରୁ ୪ ଲକ୍ଷ ୬୫ହଜାର ନଗଦ ଟଙ୍କା ଜବତ କରାଯାଇଛି। ଯେଉଁ ଟଙ୍କା ବିଷୟରେ ସେ ସନ୍ତୋଷଜନକ ହିସାବ ଦେଇପାରିନଥିଲେ ବୋଲି କୁହାଯାଇଛି।

ସେପଟେ ନିମାପଡ଼ାସ୍ଥିତ ସରକାରୀ କ୍ୱାଟରରେ ଚଢ଼ାଉବେଳେ ୫୦ହଜାର ଟଙ୍କା ଜବତ କରାଯାଇଛି। ଏହାସହ କଟକ ସିଡ଼ିଏ ସେକ୍ଟର-୧୧ରେ ଥିବା ତାଙ୍କ ବାସଭବନ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଗାରଡ଼ପୁର ଧାନମଣ୍ଡଳ ଅଞ୍ଚଳରେ ଏକକାଳୀନ ଚଢ଼ାଉ ହୋଇଛି। ଜଣେ ଅତରିକ୍ତ ଏସପି, ୭ଜଣ ଡ଼ିଏସପି, ୨ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉ କରିଛନ୍ତି।

Leave A Reply

Your email address will not be published.