Latest Odisha News

ଅଜିତଙ୍କ ସମ୍ପତି ଜବତ କରିବାକୁ ନିର୍ଦ୍ଦେଶ ଦେଲା ଆୟକର ବିଭାଗ

ମୁମ୍ବାଇ: ଆୟକର ବିଭାଗ ଆଜି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ୫ଟି ସମ୍ପତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୦୦୦ କୋଟି ମୂଲ୍ୟର ଏହି ସମ୍ପତିରେ ରହିଛି ଜରେନ୍ଦଶ୍ୱର ସୁଗାର ଫ୍ୟାକ୍ଟ୍ରି, ୨୦କୋଟି ମୂଲ୍ୟର ଫ୍ଲାଟ, ପୁତ୍ର ପାର୍ଥଙ୍କ ୨୫ କୋଟି ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ୨୫୦ କୋଟି ଟଙ୍କାର ରିସୋର୍ଟ ଏବଂ ପ୍ରାୟ ୫ ଶହ କୋଟି ମୂଲ୍ୟର ଜାଗା ସାମିଲ ।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ ହେବା ପରେ ଏବେ ସମସ୍ତଙ୍କ ନଜର ଅଜିତଙ୍କ ଉପରେ ରହିଛି । ଆୟକର ବିଭାଗ ୭୦ରୁ ଅଧିକ ସ୍ଥାନ ଉପରେ ଚଢ଼ାଉ କରିବା ପରେ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି ।

Leave A Reply

Your email address will not be published.