Latest Odisha News

ମର୍ଣ୍ଣିଙ୍ଗ୍‌ ଏବଂ ଇଭିନିଂ ୱାକ୍‌ ଉପରେ ଲାଗିଲା କଟକଣା; ନିୟମ ନମାନିଲେ ମିଳିବ କଠୋର ଦଣ୍ଡ

ପୁରୀ: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହି ସମୟରେ କିଛି ଜରୁରୀ କାର୍ଯ୍ୟ ପାଇଁ ନିୟମ କୋହଳ କରାଯାଇଛି। ତେବେ ଅଯଥା ସଂକ୍ରମଣକୁ ବୃଦ୍ଧି କରୁଥିବା କାର୍ଯ୍ୟ ଉପରେ ସବୁ ଜିଲ୍ଲା ପ୍ରଶାସନ କଡା ନଜର ରଖିଛନ୍ତି।

ଲକ୍‌ଡାଉନ୍‌ ସମୟରେ କେହି ମର୍ଣ୍ଣିଙ୍ଗ୍‌ କିମ୍ବା ଇଭିନିଂ ୱାକ୍‌ କରିପାରିବେ ନାହିଁ। ଏ ନେଇ ସୋମବାର ପୁରୀ ପୋଲିସ ସକାଳ ଓ ସନ୍ଧ୍ୟାରେ ଚାଲୁଥିବା ଲୋକଙ୍କୁ ଉପରେ ପ୍ରତିବନ୍ଧକ ଲଗାଇଛି।

ସକାଳ ୬ ଟା ଏବଂ ସନ୍ଧ୍ୟା ୬ ଟା ପରେ ମର୍ଣ୍ଣିଙ୍ଗ୍‌ କିମ୍ବା ଇଭିନିଂ ୱାକ୍‌ କରିବାକୁ ବାହାରକୁ ଆସୁଥିବା ଲୋକଙ୍କୁ ଜରିମାନା କରାଯିବ ବୋଲି ପୁରୀ ଏସପି କହିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।

ସୋମବାର ଦିନ ପୁରୀ ପୋଲିସ ୧୫ ଜଣ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଥିବା ଲୋକଙ୍କୁ ଅଟକ ରଖିଛି।

Comments are closed.