Latest Odisha News

ଦେଇଦେଲେ ତାରିଖ

ଭୁବନେଶ୍ବର : ଓଡିଶାରେ କିଏ ଗଢିବ ସରକାର? ମୋଦି ଦେଲେ ତାରିଖ ପାଣ୍ଡିଆନ ବତାଇଲେ ସମୟ। ମୋଦି କହିଲେ, ଜୁନ୍ ୪ ବିଜେଡିର ଏକ୍ସପାରୀ ତାରିଖ। ନବୀନ କହିଲେ, ଦିନରେ ସ୍ବପ୍ନ ଦେଖୁଛି ବିଜେପି। ଚବିଶ ମଇଦାନରେ କାହାର କେତେ ଦମ୍ ? କେଉଁ ଆଡକୁ ବହିବ ନିର୍ବାଚନୀ ହାଓ୍ବା ? କାହାକୁ ନିର୍ବାଚନୀ ବୈତରଣୀ ପାର କରାଇବେ ଜନତା ? ତାରିଖ ରାଜନୀତିକୁ ନେଇ ସରଗରମ ରାଜ୍ୟର ନିର୍ବାଚନୀ ମାହୋଲ ।

BjdElectrycity

ଏଥର ଓଡିଶାରେ ବିଜେପି ସରକାର !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଣ୍ଟ୍ରି ସହ ତାତିଛି ପ୍ରଚାର ମଇଦାନ । ବ୍ରହ୍ମପୁର କନିଷିରେ ଦମ୍ଭ ଦେଖାଇଛନ୍ତି ମୋଦି । କହିଛନ୍ତି, ଜୁନ୍ ୪ରେ ରାଜ୍ୟରୁ ହଟିବ ବିଜେଡି ସରକାର । ଜୁନ୍ ୧୦ରେ ଓଡିଶାରେ ସରକାର ଗଢିବ ବିଜେପି । ତ୍ରିପୁରା ଉଦାହରଣ ଦେଇ ଓଡିଶାରେ ବିଜେପି ସରକାର ଗଠନ କଥା କହିଛନ୍ତି ମୋଦି । ଓଡିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବେ କହି ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି।

ମୋଦିଙ୍କ ତାରିଖ ବନାମ ପାଣ୍ଡିଆନଙ୍କ ସମୟ

ଜୁନ୍ ୧୦ରେ ବିଜେପି ସରକାର ଗଢିବା କଥା ମୋଦି କହିଥିବା ବେଳେ ତାରିଖ ସହ ସମୟ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଭବାନୀପାଟଣା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୯ତାରିଖ ସାଢେ ୧୧ଟାରୁ ଅପରାହ୍ନ ଗୋଟାଏ ୩୦ ମଧ୍ୟରେ ଷଷ୍ଠ ଥର ପାଇଁ ଶପଥ ନେବେ ବୋଲି ସେ କହିଛନ୍ତି। ଶପଥ ତାରିଖ କହି ମୋଦି ବଡ଼ ଗୋଟି ଚଳାଇଥିବା ବେଳେ ତାରିଖ ସାଙ୍ଗକୁ ସମୟ କହି କାଉଣ୍ଟର କରିଛନ୍ତି ପାଣ୍ଡିଆନ ।

ଆୟୁଷ୍ମାନ Vs ବିଏସକେଓ୍ବାଇ

ବିଜେଡି ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରୁନି। ଲୋକଙ୍କୁ ଚିକିତ୍ସା ନମିଳିବା ପାଇଁ ଦୋଷୀ ଏଠାକାର ବିଜେଡି ସରକାର ବୋଲି କହିଛନ୍ତି ମୋଦି । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ସଙ୍ଗେ ସଙ୍ଗେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ସେ କହିଛନ୍ତି । ସେପଟେ ରାଜ୍ୟରେ ବିଏସକେଓ୍ବାଇ ବନ୍ଦ ହେବନି ବୋଲି କହିଛନ୍ତି ପାଣ୍ଡିଆନ । ସେହିପରି ଯେଉଁ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ହୋଇଛି ସେସବୁ ରାଜ୍ୟ ୨୦ବର୍ଷ ତଳକୁ ଖସିଯାଇଥିବା କହି କଟାକ୍ଷ କରିଛନ୍ତି ପାଣ୍ଡିଆନ।

କାହାର ଯୋଜନା କାହାର ଫଟୋ

କାମ ନକରି ବିଜେଡି ସରକାର ବେଇମାନୀ କରୁଥିବା କହିଛନ୍ତି ମୋଦି । କେନ୍ଦ୍ର ସରକାର ମାଗଣା ଚାଉଳ ଦେଉଛନ୍ତି, ଏଠାକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ଜଳ ଜୀବନ ମିଶନରେ କେନ୍ଦ୍ର ୧୦ହଜାର କୋଟି ଦେଇଛି, ତେବେ ରାଜ୍ୟ ସରକାର ଠିକ୍ ଭାବେ ଖର୍ଚ୍ଚ କରିପାରିନଥିବା ମୋଦି କହିଛନ୍ତି । ସେପଟେ ନବୀନଙ୍କ ହାତମୁଠା ଟାଣ କଲେ କେହି ଯୋଜନା ବନ୍ଦ କରିବାକୁ ସାହସ କରିପାରିବେନି ବୋଲି କାଉଣ୍ଟର କରିଛନ୍ତି ପାଣ୍ଡିଆନ ।

ପ୍ରସଙ୍ଗର ନାଁ ଓଡିଆ ଅସ୍ମିତା

ଓଡିଆ ଅସ୍ମିତାକୁ ରାଜ୍ୟ ବିଜେପି ନେତା ଏଥର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରିଥିବା ବେଳେ ମୋଦି ବି ଏଥିରେ ସ୍ବର ମିଳାଇଛନ୍ତି। କୌଣସି ବାହାର ଲୋକ ନୁହେଁ ଓଡିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ । ଯିଏ ଓଡିଶା ଲୋକଙ୍କୁ ଜାଣିଥିବେ, ବୁଝିଥିବେ, ସେ ହିଁ ଏ ପଦରେ ବସିବେ ବୋଲି ମୋଦି କହିଛନ୍ତି। ସେପଟେ ବିଜେପି ରାଜ୍ୟରେ ସରକାର କରିବାକୁ ଦିବା ସ୍ବପ୍ନ ବୋଲି କହି କଟାକ୍ଷ କରିଛନ୍ତି ନବୀନ ।

Leave A Reply

Your email address will not be published.