Latest Odisha News

BREAKING NEWS

କାଲି ଚକାଆଖି ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ମିଳିବ ଜଗା ଦର୍ଶନ। ଆସନ୍ତାକାଲି ସକାଳ ସାଢେ ସାତଟାରୁ ଦର୍ଶନ ଆରମ୍ଭ ହେବ । କେବଳ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ କରିବେ । ପହୁଡ଼ ପଡିବା ପର୍ଯ୍ୟନ୍ତ ସେମାନେ ଜଗା ଦର୍ଶନ କରିପାରିବେ । ଏତେ ଦିନ ପରେ କାଳିଆ ଦର୍ଶନ ହେବାକୁ ଥିବାରୁ ସେବାୟତଙ୍କ ପରିବାର ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ସେହିପରି ଆସନ୍ତା ୨୬ ତାରିଖରୁ ପୁରୀବାସୀ ଜଗା ଦର୍ଶନ କରିପାରିବେ । ୱାର୍ଡ ଅନୁଯାୟୀ ଦର୍ଶନ କରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି ।ପ୍ରଥମ ଦିନ ୨,୩,୬,୯,୧୧,୧୨,୧୫ ନମ୍ବର ୱାର୍ଡର ଲୋକେ ଦର୍ଶନ କରିବେ । ଦର୍ଶନକୁ ତିନି ପର୍ଯାୟରେ ବିଭକ୍ତ କରାଯାଇଛି । ଏପରି ଦର୍ଶନ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ପର୍ଯ୍ୟାୟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଛାସେବୀ ନିୟୋଜିତ ହେବେ ।

ଜାନୁଆରୀ ୩ ତାରିଖ ପରଠାରୁ ଜିଲ୍ଲା ସର୍ବ ସାଧାରଣ ଦର୍ଶନର ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.