Latest Odisha News

BREAKING NEWS

ଜାନୁଆରୀ ଶେଷ ଯାଏଁ ଗଡିବ ପାର୍ବଣ ବିଶେଷ ଟ୍ରେନ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟର‌େ ଗଡୁଥିବା ପାର୍ବଣ ବିଶେଷ ଟ୍ରେନ ଚଳାଚଳର ଅବଧିକୁ ୨୦୨୧ ମସିହା ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସମୟର‌େ ୨୦ ଯୋଡ଼ା ପାର୍ବଣ ବିଶେଷ ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଯାତାୟାତ କରୁଛି।

୦୧. ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାରରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ୦୨୮୧୯/୦୧୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାରରୁ ଫେବୃୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

୦୨. ଭୁବନେଶ୍ୱରରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସରୁ ପ୍ରତି ବୁଧବାର ଓ ଶନିବାର ଦିନ ଛାଡୁଥିବା ୦୨୮୮୦/୦୨୮୭୯ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ଜାନୁୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଓ ଏଲଟିଟି ଠାରୁ ଜାନୁୟାରୀ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

୦୩. ୦୮୪୭୯/୦୮୪୮୦ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାର ଦିନ ତିରୁପତିରୁ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୪. ୦୨୮୩୯/୦୨୮୪୦ ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ଗୁରୁବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଚେନ୍ନାଇରୁ ଜାନୁୟାରୀ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୫. ୦୨୮୪୫/୦୨୮୪୬ ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ବାଙ୍ଗାଲୋର କ୍ୟାଣ୍ଟରୁ ଫେବୃୟାରୀ ମାସ ପହିଲା ପର୍ଯ୍ୟନ୍ତ ଚାଲିବ।

୦୬. ୦୨୮୯୮/୦୨୮୯୭ ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ପ୍ରତ୍ୟେକ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପୁଡୁଚେରୀରୁ ଜାନୁୟାରୀ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୭. ୦୮୪୯୬/୦୮୪୯୫ ଭୁବନେଶ୍ୱର-ରମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାରରେ ରମେଶ୍ୱରାମରୁ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୮. ୦୮୩୦୬/୦୮୩୦୫ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସାମ୍ବଲପୁରରୁ ପ୍ରତ୍ୟେକ ଶୁକ୍ରବାର ଏବଂ ହାଓଡ଼ାରୁ ପ୍ରତ୍ୟେକ ଶନିବାର ଦିନ ଜାନୁୟାରୀ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୯. ୦୮୩୧୧/୦୮୩୧୨ ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ସମ୍ବଲପୁରରୁ ଏବଂ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ମାଣ୍ଡୁଆଡିହରୁ ଜାନୁୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୦. ୦୮୪୪୯/୦୮୪୫୦ ପୁରୀ-ପାଟନା-ପୁରୀ ସ୍ପେଶାଲ ପ୍ରତ୍ୟେକ ସୋମବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପାଟନା ଠାରୁ ଜାନୁୟାରୀ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୧. ୦୮୪୧୯/୦୮୪୨୦ ପୁରୀ-ଜୟନଗର-ପୁରୀ ସ୍ପେଶାଲ ଗୁରୁବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଶନିବାର ଦିନ ଜୟନଗରରୁ ଜାନୁୟାରୀ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୨. ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ ବିଶେଷ ଟ୍ରେନ ପ୍ରତ୍ୟେକ ରବିବାର ଦିନ ପୁରୀରୁ ଏବଂ ପ୍ରତି ମଙ୍ଗଳବାର ଦିନ ସୁରଟରୁ ଫେବୃୟାରୀ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୩. ୦୨୮୬୬/୦୨୮୬୫ ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ୍ -ପୁରୀ ସାପ୍ତାହିକ ବିଶେଷ ଟ୍ରେନ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ଏଲଟିଟିରୁ ଜାନୁୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୪. ୦୨୮୫୯/୦୨୮୬୦ ପୁରୀ-ଚେନ୍ନାଇ-ପୁରୀ ସ୍ପେଶାଲ୍ ରବିବାର ଦିନ ପୁରୀରୁ ଏବଂ ପ୍ରତି ସୋମବାର ଦିନ ଚେନ୍ନାଇରୁ ଫେବୃୟାରୀ ମାସ ପହିଲା ପର୍ଯ୍ୟନ୍ତ ଚାଲିବ।

୧୫. ୦୨୮୫୧/୦୨୮୫୨ ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍ ଦ୍ୱି-ସାପ୍ତାହିକ ସ୍ପେସାଲ୍ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ବିଶାଖାପାଟନମରୁ ଏବଂ ପ୍ରତ୍ୟେକ ବୁଧବାର ଏବଂ ରବିବାର ନିଜାମୁଦ୍ଦିନରୁ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୬. ୦୨୮୮୭/୦୨୮୮୮ ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ନିଜାମୁଦ୍ଦିନରୁ ଫେବୃୟାରୀ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୭. ୦୨୮୬୯/୦୨୮୭୦ ବିଶାଖାପାଟନମ୍-ଚେନ୍ନାଇ-ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଏବଂ ଚେନ୍ନାଇରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଜାନୁୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୮. ୦୨୮୫୭/୦୨୮୫୮ ବିଶାଖାପାଟନମ୍-ଏଲଟିଟି- ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ରବିବାର ଦିନ ବିଶାଖାପାଟନମ୍ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ଏଲଟିଟିରୁ ଫେବୃୟାରୀ ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୯. ୦୮୫୦୧/୦୮୫୦୨ ବିଶାଖାପାଟନମ୍-ଗାନ୍ଧୀଧାମ-ବିଶାଖାପାଟନମ୍ ପ୍ରତି ଗୁରୁବାର ଦିନ ବିଶାଖାପାଟନମ୍ ଏବଂ ଗାନ୍ଧୀଧାମ ଠାରୁ ପ୍ରତ୍ୟେକ ରବିବାର ଦିନ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

୨୦. ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ୩୧ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ ୧ ଫେବୃୟାରୀ, ୨୦୨୧ ପର୍ଯ୍ୟନ୍ତ କଡପା ଠାରୁ ଚାଲିବ।

Leave A Reply

Your email address will not be published.