Latest Odisha News

BREAKING NEWS

ଫିଲ୍ମ ‘ଗଲ୍ଲି ବୟ’ ରାପର୍ ଧର୍ମେଶ ପରମାର୍‌ଙ୍କ ମୃତ୍ୟୁ

ଧର୍ମେଶ ପରମାର୍ ମୁମ୍ବାଇର ଜଣେ ଜଣାଶୁଣା ଷ୍ଟ୍ରିଟ୍ ରାପର୍ । ଖାସ୍ କରି ନିଜ ଗୁଜରାଟି ଲିରିକ୍ସ ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ ।

ମୁମ୍ବାଇ: ଫିଲ୍ମ ଗଲ୍ଲି ବୟରେ ଶୁଣିବାକୁ ମିଳିଥିଲା ଭଳିକିଭଳି ରାପ୍ । ଏହି ଫିଲ୍ମ ପାଇଁ ନିଜ ପ୍ରତିଭା ଦେଖାଇଥିଲେ ଏକାଧିକ ରାପର୍ । ଏହି ତାଲିକାରେ ସାମିଲ ଥିଲେ ରାପର୍ ମ୍ୟାକ୍ ତୋଡ୍ ଫୋଡ୍ ଓରଫ ଧର୍ମେଶ ପରମାର୍ । ତେବେ ନିକଟରେ ଏହି ୨୪ ବର୍ଷୀୟ ରାପର୍‌ଙ୍କର ମୃତ୍ୟୁ ଘଟିଛି ।

ଧର୍ମେଶ ପରମାର୍ ମୁମ୍ବାଇର ଜଣେ ଜଣାଶୁଣା ଷ୍ଟ୍ରିଟ୍ ରାପର୍ । ଖାସ୍ କରି ନିଜ ଗୁଜରାଟି ଲିରିକ୍ସ ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ । ତେବେ ତାଙ୍କ ମୃତ୍ୟୁ ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ତାଙ୍କ ବ୍ୟାଣ୍ଡ ସ୍ୱଦେଶୀ ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ତାଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରିବା ସହ ଆଜି ଶେଷକୃତ୍ୟ କରାଯିବା ନେଇ ପୋଷ୍ଟ କରିଛନ୍ତି ।

 

View this post on Instagram

 

A post shared by Swadesi (@swadesimovement)

ଧର୍ମେଶଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ ଫଲୋଅର୍ସ ଓ ବନ୍ଧୁମାନଙ୍କୁ ବ୍ୟଥିତ କରିଛି । ଜଣେ ପ୍ରତିଭାବାନ୍ ରାପରଙ୍କ ଏପରି ଅକସ୍ମାତ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି ।

Leave A Reply

Your email address will not be published.