Latest Odisha News

BREAKING NEWS

ପାଦରେ ଚପଲ ପିନ୍ଧନ୍ତିନି ଏହି ଆଦିବାସୀ, ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ଆସିଛି ଡାକରା

ନୂଆପଡ଼ା (ଦେବାନନ୍ଦ ତାଣ୍ଡି) : ଗଣତନ୍ତ୍ର ଦିବସ ପରେଡର ଅତିଥି ହେବେ ଚକଟିଆ ଭୁଞ୍ଜିଆ ଦମ୍ପତି । ଜାନୁଆରୀ ୨୬ରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ହେବେ ନୂଆପଡା ଜିଲ୍ଲାର ଆଦିବାସୀ ଦମ୍ପତି । ଏଥିଲାଗି ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝୀ ଓ କୁଞ୍ଜବାଇ ମାଝୀଙ୍କୁ ଦିଲ୍ଲୀରୁ ଆସିଛି ନିମନ୍ତ୍ରଣ ।

ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ଚପଲ ପିନ୍ଧନ୍ତି ନାହିଁ । ତେଣୁ ଦମ୍ପତି ଖାଲି ପାଦରେ ଦିଲ୍ଲୀ ଯିବେ । ୨୧ ତାରିଖରୁ ସୁନାବେଡ଼ାରୁ ବାହାରି ପ୍ରଥମ ଥର ପାଇଁ ବିମାନରେ ଯିବେ । ପରେଡରେ ସାମିଲ୍ ହେବା ସହ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଆଦିମ ଜନଜାତିଙ୍କ ପାରମ୍ପରିକ ଖାଦ୍ୟ କନ୍ଦମୂଳ ଓ ମିଲେଟ ଜାତୀୟ ଖାଦ୍ୟ ରାଷ୍ଟ୍ରପତିଙ୍କୁ ଖାଇବାକୁ ଦେବେ ବୋଲି କହିଛନ୍ତି ଦମ୍ପତି । ପରେଡ ପରେ ଦିଲ୍ଲୀର ବିଭିନ୍ନ ଐତିହାସିକ ସ୍ଥାନ ବୁଲି ଫେବ୍ରୁଆରୀ ଦୁଇରେ ଭୁଞ୍ଜିଆ ଦମ୍ପତି ଫେରିବେ । ଦମ୍ପତିଙ୍କ ସବୁ ଖର୍ଚ୍ଚ ସରକାର ବହନ କରୁଥିବା CBDA ଅଧିକାରୀ କହିଛନ୍ତି ।

ଭୁଞ୍ଜିଆ ଦମ୍ପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ସ୍ଥାନୀୟ ଲୋକ ଆଦିବାସୀଙ୍କ ବିକାଶ ହେବ ବୋଲି ଆଶା ବାନ୍ଧିଛନ୍ତି । ଚକଟିଆ ଭୁଞ୍ଜିଆ ଦମ୍ପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।

Leave A Reply

Your email address will not be published.