Latest Odisha News

BREAKING NEWS

କ୍ୱାଡ ମଞ୍ଚରେ ଚୀନକୁ ଟାର୍ଗେଟ; ନାଁ ନ ନେଇ ସମସ୍ତେ ବର୍ଷିଲେ

ହିରୋସୀମା: ଜାପାନର ହିରୋସୀମାରେ ଚାଲିଥିବା କ୍ୱାଡ ସମ୍ମିଳନୀରେ ଟାର୍ଗେଟରେ ଚୀନ । ଚୀନର ନାଁ ନ ନେଇ ସମସ୍ତ କ୍ୱାଡ ଦେଶ ଚୀନ ଉପରେ  ବର୍ଷିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ ଫିଶିଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ବାନୀଜ ପ୍ରମୁଖ କ୍ୱାଡ ସମ୍ମିଳନୀରେ ଯୋଗ ଦେଇ ବିଶ୍ୱର ପ୍ରମୁଖ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ସମ୍ମିଳନୀରେ କ୍ୱାଡ ନେତା ଏକ ମିଳିତ ବୟାନ ଦେଇଛନ୍ତି ।  ଚୀନର ନାଁ ନେଇ  ନ ଥିଲେ ହେଁ  ସମସ୍ତେ ଚୀନକୁ ଟାର୍ଗେଟ କରିଥିଲେ । ହିନ୍ଦ-ପ୍ରଶାନ୍ତ ସାମୁଦ୍ରିକ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ଜାରି ମିଳିତ ବୟାନରେ ସମସ୍ତେ ସାମ୍ୟବାଦୀ ମହାଶକ୍ତି ନାଁ ନେଇ ଚୀନକୁ ହିଁ ଆକ୍ଷେପ କରିଥିଲେ ।

କ୍ୱାଡ ନେତାମାନେ ଏକ ମୁକ୍ତ ହିନ୍ଦ-ପ୍ରଶାନ୍ତ ଅଞ୍ଚଳରେ ଚୀନର ଆକ୍ରମଣାତ୍ମକ ଗତିବିଧିକୁ ଦୃଷ୍ଟିରେ ରଖି କ୍ୱାଡ ନେତମାନେ କହିଛନ୍ତି, ଆମେ ଅସ୍ଥିରତା ଏବଂ ଏକତରଫା ଗତିବିଧିକୁ ଘୋର ବିରୋଧ କରୁଛୁ । ଏପରି କରିବା ଦ୍ୱାରା ଉକ୍ତ ଅଞ୍ଚଳକୁ ଜବର ଦଖଲ କରାଯାଉଛି । ଆମେ ଏପରି କ୍ଷେତ୍ର ଚାହୁଁଛୁ ଯେଉଁଠି କୌଣସି ଦେଶର ଦବଦବା ନ ଥିବ ।

କ୍ୱାଡ ନେତାମାନେ ଅନ୍ତରାଷ୍ଟ୍ରୀୟ ନିୟମ ପାଳନ ଉପରେ ଗୁରୁତ୍ୱାରୋପ କରିବା ସହ ସବୁ ପ୍ରକାର ଆତଙ୍କବାଦକୁ ବିରୋଧ କରିଥିଲେ ।

ଏହି ବୈଠକ ଅବସରରେ ବିଶ୍ୱ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ବିଶ୍ୱ ସ୍ତରୀୟ ନେତାଙ୍କ ସହ ଆଲୋଚନା କରିଥିଲେ ମୋଦି । ମୋଦି କହିଥିଲେ, ଆଜି ଏହି କ୍ୱାଡ ବୈଠକରେ ଯୋଗ ଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ସେ କହିଥିଲେ, କ୍ୱାଡ ଦେଶମାନେ ଇଣ୍ଡୋ-ପେସିପିକରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଅଟେ ।

Leave A Reply

Your email address will not be published.