Latest Odisha News

BREAKING NEWS

ସତ୍ୟପାଠ ଦାଖଲ କଲେ ରାହୁଲ, ତାଙ୍କ ପାଖରେ ଅଛି ମାତ୍ର ନଗଦ ୫୫ ହଜାର ଟଙ୍କା

ନୂଆଦିଲ୍ଲୀ: ବୁଧବାର କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନାମାଙ୍କନ ଭରିବା ସମୟରେ ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି । ସତ୍ୟପାଠ ଅନୁସାରେ, ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି ।

ଏହା ବ୍ୟତୀତ ରାହୁଲଙ୍କ ନିର୍ବାଚନୀ ଘୋଷଣାନାମା ଅନୁଯାୟୀ, ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥି ମଧ୍ୟରୁ ୯.୨୪ କୋଟି ମୂଲ୍ୟର ସ୍ଥାବର ଏବଂ ୧୧.୧୫ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ୨୬.୨୫ ଲକ୍ଷ ବ୍ୟାଙ୍କ ଡିପୋଜିଟ, ବଣ୍ଡ ଏବଂ ସେଆର ବଜାରରେ ୪.୩୩ କୋଟି ନିବେଶ କରିଛନ୍ତି । ମ୍ୟୁଚୁଆଲ ଫଣ୍ଡରେ ୩.୮୧ କୋଟି, ଗୋଲ୍ଡ ବଣ୍ଡରେ ୧୫.୨୧ ଲକ୍ଷ ଏବଂ ୪.୨୦ ଲକ୍ଷ ଟଙ୍କାର ଅଳଙ୍କାର ରହିଛି ।

ଏହା ବ୍ୟତୀତ ରାହୁଲଙ୍କ ନାଁ ରେ ଏନଏସଏସ୍‌, ପୋଷ୍ଟାଲ ସେଭିଂ, ଇନ୍‌ସୁରାନ୍ସ ପଲିସିରେ ପ୍ରାୟ ୬୧.୫୨ ଲକ୍ଷ ଟଙ୍କାର ଡିପୋଜିଟ୍‌ ରହିଛି । ତାଙ୍କ ମାଲିକାନାରେ ଗୋଟିଏ ହେଲେ ଗାଡି କି ଫ୍ଲାଟ୍ ନଥିବା ସେ ଦର୍ଶାଇଛନ୍ତି ।

ତେବେ ମୋଟ ସମ୍ପତ୍ତି ଦେଖିଲେ ରାହୁଲଙ୍କ ପାଖରେ ୯ କୋଟି ୨୪ ଲକ୍ଷ ୫୯ ହଜାର ୨୬୪ ଚଳ ଏବଂ ୧୧ କୋଟି ୧୪ ଲକ୍ଷ ୦୨ ହଜାର ୫୯୮ ଟଙ୍କାର ଅଚଳ ସମ୍ପତ୍ତି ରହିଛି । ଏଣୁ ତାଙ୍କର ମୋଟ ସମ୍ପତ୍ତି ୨୦ କୋଟି ୩୮ ଲକ୍ଷ ୬୧ ହଜାର ୮୬୨ ଟଙ୍କା । ତେବେ ସେ ୨୦୦୪ରେ ପ୍ରଥମ ନିର୍ବାଚନ ଲଢ଼ିଥିଲେ, ସେତେବେଳେ ତାଙ୍କ ମୋଟ ସମ୍ପତ୍ତି ୫୫ ଲକ୍ଷ ଥିଲା ।

Leave A Reply

Your email address will not be published.