Latest Odisha News

BREAKING NEWS

ନକଲି ଜାତିଗତ ପ୍ରମାଣପତ୍ର ମାମଲାରେ ନବନୀତ୍ ରାଣାଙ୍କୁ ଅଶ୍ଵସ୍ତି

ମୁମ୍ବାଇ: ନକଲି ଜାତିଗତ ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟ ଗୁରୁବାର (ଏପ୍ରିଲ ୪) ଅମ୍ରାବତୀ ର ସ୍ୱାଧୀନ ସାଂସଦ ନବନୀତ୍ ରାଣାଙ୍କୁ ଦେଇଛି ବଡ ଅଶ୍ଵସ୍ତି । ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ନବନୀତ୍ ରାଣାଙ୍କ ଜାତିଗତ ପ୍ରମାଣପତ୍ର ବାତିଲ କରାଯାଇଥିଲା। ସେ ମହାରାଷ୍ଟ୍ରର ଅମରାବତୀ ଆସନରୁ ସାଂସଦ, ଯାହା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ନକଲି ଦଲିଲ ମାଧ୍ୟମରେ କାଷ୍ଟ ସାର୍ଟିଫିକେଟ୍ ପାଇଛନ୍ତି ବୋଲି କୋର୍ଟ ରେ ଅଭିଯୋଗ ହୋଇଥିଲା ।

ଜୁନ୍ ୨୦୨୧ ରେ, ବମ୍ବେ ହାଇକୋର୍ଟ ନବନୀତ୍ ରାଣାଙ୍କ ଏସସି କାଷ୍ଟ ପ୍ରମାଣପତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଥିଲେ । ତାଙ୍କ ଜାତି ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ ହେବା ପରେ ନବନୀତ୍ ରାଣା ସାଂସଦ ପଦ ମଧ୍ୟ ବିପଦରେ ଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କୁ କେବଳ ଅଶ୍ଵସ୍ତି ମିଳିନାହିଁ ତାହା ନୁହେଁ , ଅମ୍ରାବତୀ ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମଧ୍ୟ ରାସ୍ତା ସଫା ହୋଇଛି । ଏଥର ନବନୀତ୍ ରାଣା ଲୋକସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଭାବରେ ଅମ୍ରାବତୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

Leave A Reply

Your email address will not be published.