Latest Odisha News

BREAKING NEWS

ରାଜ୍ୟପାଳଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ; ରାଜଭବନର ସିସିଟିଭ ଫୁଟେଜ୍ ମାଗିଲେ କଲିକତା ପୋଲିସ୍

କଲିକତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ ଲାଗିଛି ଯୌନ ଉତ୍ପୀଡନର ଆରୋପ । ଏଭଳି ଆରୋପ ଲଗାଇଛନ୍ତି ଖୋଦ  ଜଣେ ସଂସଦୀୟ ମହିଳା । ଏହି ମାମଲା ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ କଲିକତା ପୋଲିସ୍ ଏନେଇ ଏକ ଯାଞ୍ଚ ଟିମ୍ ଗଠନ କରିଛି ।

କଲିକତା ପୋଲିସର ଏକ ସିନିୟର ଅଫିସରଙ୍କ କହିବା ଅନୁସାରେ, ଯାଞ୍ଚ ଟିମ୍ ଆଗାମୀ ଦିନରେ ଏହି ମାମଲା ସହ ଜଡିତ କିଛି ସାକ୍ଷ୍ୟକାରଙ୍କ ସହ କଥା ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ କେବଳ ରାଜଭବନରୁ ସେ ଦିନର ସିସିଟିଭି ଫୁଟେଜ୍ ଦେବାକୁ ଅନୁରୋଧ କରିଛନ୍ତି । ଏହା ପରେ ଏହା ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ । ଏଥିସହିତ ଏନେଇ ସମସ୍ତ ତଦନ୍ତ ଚାଲୁ ଅଛି ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.