Latest Odisha News

BREAKING NEWS

ବରଗଡ ବିଶାଳ ଜନସମାବେଶରେ ରାହୁଲ

ବରଗଡ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ବରଗଡରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେବେ ।

ଗସ୍ତ କାର୍ଯ୍ୟକ୍ରମ ସୂଚୀନୁଯାୟୀ ରାହୁଲ ଦ୍ୱିପ୍ରହର ୧୨ଟା ସମୟରେ ହେଲିକପ୍ଟର ଯୋଗେ ରାୟପୁରରୁ ବାହାରି ପାଖାପାଖି ୧୨ଟା ୩୦ମିନିଟ୍ ସମୟରେ ବରଗଡ ନିକଟ ସରସରା ଗାଁରେ ଓହ୍ଲାଇବେ । ସେଠାରୁ ସେ ସଭାସ୍ଥଳୀ ଅଭିମୁଖେ ଗସ୍ତ କରିବେ । ଉକ୍ତ ସମାବେଶରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ସମ୍ଭାବନା ରହିଛି। ।

ଋାହୁଲଙ୍କ ଗସ୍ତ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ହମିଦ୍ ହୁସେନ୍ ସମାବେଶ ସ୍ଥଳୀକୁ ଯାଇ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ଏସପିଜି ଅଧିକାରୀମାନେ ମଧ୍ୟ ସେଠାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ ଚଳିତବର୍ଷ ଏହା ରାହୁଲ ଗାନ୍ଧୀଙ୍କ ଚତୁର୍ଥ ଓଡିଶା ଗସ୍ତ ହେବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଜାନୁଆରୀ ୨୫ ତାରିଖରେ ଭୁବନେଶ୍ୱର ଓ ଫେବୃଆରି ୬ ତାରିଖରେ ପଶ୍ଚିମ ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ପରେରେ ମାର୍ଚ୍ଚ ୮ ତାରିଖରେ କୋରାପୁଟ ଜିଲ୍ଲାର ଜୟପୁର ଗସ୍ତରେ ମଧ୍ୟ ଯାଇଥିଲେ ।

Leave A Reply

Your email address will not be published.