Latest Odisha News

BREAKING NEWS

କ୍ରିକେଟର ଶ୍ରୀସନ୍ଥଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ ଦଣ୍ଡାଦେଶ

ନୂଆଦିଲ୍ଲୀ : ବିସିସିଆଇ ଦ୍ୱାରା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଏସ୍.ଶ୍ରୀସନ୍ଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି ।

୨୦୧୩ ମସିହାରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅନୁଶାସନ ସମିତି ଦ୍ୱାରା ପୂର୍ବ ଭାରତୀୟ କ୍ରିକେଟର ଏସ୍.ଶ୍ରୀସନ୍ଥଙ୍କ ଉପରେ କ୍ରିକେଟ୍ ଖେଳିବା ନେଇ ବ୍ୟାନ୍ ଲଗାଇଥିଲେ ।

ଆଜୀବନ ପ୍ରତିବନ୍ଧ ରାୟ ଉପରେ ଶ୍ରୀସନ୍ଥ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହାଇଥିଲେ । ଜଷ୍ଟିସ୍ ଅଶୋକ ଭୂଷଣ ଓ ଏମ୍ ଜୋସେଫ ନେଇ ଗଠିତ ଖଣ୍ଡପୀଠ ଶ୍ରୀସନ୍ଥଙ୍କ ଦଣ୍ଡ ଉପରେ ପୁଣିଥରେ ବିଚାର କରି ୩ ମାସ ଭିତରେ ନିର୍ଣ୍ଣୟ ନେବା ପାଇଁ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.