Latest Odisha News

BREAKING NEWS

ଆସନ୍ତା ଜୁଲାଇରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଓଡିଶା ଆସିବେ ରାହୁଲ ଗାନ୍ଧୀ । ଜୁଲାଇ ଦ୍ୱିତୀୟ ସପ୍ତାହରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ।

ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରହିବେ । ଉଭୟ ବରିଷ୍ଠ ନେତା ଭୁବନେଶ୍ୱରରେ ଏକ ସାଧାରଣ ସଭାରେ ଯୋଗଦେବାର ଆଶା କରାଯାଉଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ।

ଏନେଇ ପସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଜୁଲାଇରେ ରାହୁଲ ଓଡିଶା ଆସିପାରନ୍ତି । ମହିଳା ବିରୋଧୀ ହିଂସାକୁ ବିରୋଧ କରିବା ଉପରେ କେନ୍ଦ୍ରିତ ଏକ ଦଳୀୟ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡଗେ ଅଂଶଗ୍ରହଣ କରିବେ ।

ତେବେ ସେମାନେ କେବେ ଓଡିଶା ଆସୁଛନ୍ତି, ସେନେଇ ଗସ୍ତର ବିସ୍ତୃତ ଯାତ୍ରା କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।

Comments are closed.