Latest Odisha News

BREAKING NEWS

ମନୀଷ ସିସୋଦିଆ ପୁଣି ନିରାଶ; ମେ ୧୩ ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ଆପ ନେତା ମନୀଷ ସିସୋଦିଆଙ୍କୁ ପୁଣି ନିରାଶ ହେବାକୁ ପଡିଛି । ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ମେ’ ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଆଜି ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା । ଏହି ସମୟ ମଧ୍ୟରେ ମନୀଷଙ୍କ ଜାମିନ ଆବେଦନ ଉପରେ ଇଡି ଏବଂ ସିବିଆଇ ଏକ ସପ୍ତାହ ସମୟ ମାଗିଥିଲେ । କିନ୍ତୁ କୋର୍ଟ ମାତ୍ର ଚାରି ଦିନ ସମୟ ଦେଇଛନ୍ତି । ତେବେ ଶୁଣାଣି ସମୟରେ ମନୀଷଙ୍କ ଓକିଲ ବିବେକ ଜୈନ ଅଧିକ ସମୟର ଦାବିକୁ ବିରୋଧ କରିଥିଲେ ।

ଜୈନ କହିଛନ୍ତି ଯେ, ସିସୋଦିଆ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ଏହି ମାମଲା ଛଅ ମାସ ମଧ୍ୟରେ ଶେଷ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କୋର୍ଟ ମନୀଷଙ୍କର ନ୍ୟାୟିକ ହେପାଜତକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସିବିଆଇ ଏହି ଘଟଣାର ତଦନ୍ତ କରୁଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଜାରି ରଖିଛନ୍ତି । ୨୦୨୩ ଫେବୃଆରୀରେ ଇଡି ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଦିଲ୍ଲୀ ମଦ ଦୁର୍ନୀତି ଏବଂ କାର୍ଯ୍ୟକାରୀ କରିବାରେ ଅନିୟମିତତା ହୋଇଥିବା ଅନୁସନ୍ଧାନକାରୀ ସଂସ୍ଥା ଅଭିଯୋଗ କରିଛି ।

Leave A Reply

Your email address will not be published.