ଭୁବନେଶ୍ୱର: ଭୁବନେଶ୍ୱରର କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରବାସୀଙ୍କୁ ହୋଲି ଉତ୍ସବକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି।
ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ ରାସାୟନିକ ରଙ୍ଗ ପରିବର୍ତ୍ତେ ହର୍ବାଲ ରଙ୍ଗ ବ୍ୟବହାର କରିବା ପାଇଁ ସମସ୍ତ ରଙ୍ଗ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏସିପି ସୁବ୍ରତ କୁମାରଙ୍କ ନେତୃତ୍ୱରେ ନିକଟସ୍ଥ ଥାନା ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ବିଜ୍ଞାନ ବିଭାଗର ବରିଷ୍ଠ ପରିବେଶ ବିଜ୍ଞାନୀଙ୍କ ସହଯୋଗରେ ଅଞ୍ଚଳରେ ଥିବା ସମସ୍ତ ରଙ୍ଗ ଦୋକାନରେ ଅତର୍କିତ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ଏଥିସହିତ ଆଜି ଶହୀଦନଗର ଓ ନୟାପଲ୍ଲୀ ଥାନା ଅନ୍ତର୍ଗତ ବିଭିନ୍ନ ବଜାରରେ ରାସାୟନିକ ରଙ୍ଗ ବିକ୍ରି ଉପରେ ତଦନ୍ତ କରାଯାଇଛି।
ଏନେଇ ଉଭୟ ପୋଲିସ ପ୍ରଶାସନ ଏବଂ ସାଇଣ୍ଟିଷ୍ଟଙ୍କ ତରଫରୁ ଜନସାଧାରଣଙ୍କୁ ହର୍ବାଲ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି।
Comments are closed.