ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଲାଗିପରେ ବିରାମ । ଆମେରିକାର ପ୍ରସ୍ତାବିତ ୩୦ ଦିନିଆ ଯୁଦ୍ଧବିରତି ପାଇଁ ୟୁକ୍ରେନ ରାଜି ହୋଇଥିବା ବେଳେ ରୁଷିଆ ମଧ୍ୟ ସେହି ଦିଗକୁ ଆଗେଇ ଥିବା ଜଣାପଡ଼ିଛି । ମସ୍କୋ ଏନେଇ ଦାବି ତାଲିକା ଦେଇଥିବା ଜଣାପଡ଼ିଛି । ତାଲିକାରେ କଣ ରହିଛି ତାହା ଜଣାପଡ଼ି ନଥିଲେ ମଧ୍ୟ ଏହା ପୂର୍ବ ତାଲିକା ସହ ପ୍ରାୟ ସମାନ ବୋଲି କୁହାଯାଉଛି । ୨୦୨୨ରୁ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ ଅଭିଯାନ ଚଳାଇଛି ରୁଷିଆ ।
ପୂର୍ବରୁ ରୁଷିଆ ଦେଇଥିବା ଦାବି ତାଲିକାରେ- ୟୁକ୍ରେନକୁ ନାଟୋର ସଦସ୍ୟନକରିବାକୁ ଥିଲା । ସେହିଭଳି ରୁଷିଆ ସୀମା କିମ୍ବା ୟୁକ୍ରେନରେ ନାଟୋର ସୈନିକ ମୁତୟନ ହୋଇପାରିବେ ନାହିଁ । ୟୁକ୍ରେନର କ୍ରିମିଆ ସମେତ ୪ଟି ପ୍ରଦେଶ ରୁଷିଆର ହେବ ଏବଂ ଆମେରିକା ସହ ରୁଷିଆର ସମ୍ପର୍କରେ ସୁଧାର ଅଣାଯିବ । ରୁଷିଆ-ୟୁକ୍ରେନ ଯୁଦ୍ଧରେ ବିରାମ ଲଗାଇବାକୁ ୩ ସପ୍ତାହ ହେବ ଆମେରିକା ପ୍ରୟାସ ଚଳାଇଛି ।
ୟୁକ୍ରେନକୁ ମିଳୁଥିବା ସମସ୍ତ ପ୍ରକାର ସାମରିକ ସହାୟତା ବନ୍ଦ କରି ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ହ୍ୱାଇଟ୍ ହାଉସରେ ଆଲୋଚନା କରିଛନ୍ତି । ସେହିଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମି୍ର ପୁତିନଙ୍କ ସସହ ମଧ୍ୟ ଭର୍ଚୁଆଲରେ ଆଲୋଚନା କରିଛନ୍ତି ଟ୍ରମ୍ପ । ରୁଷିଆ ଯଦି ଯୁଦ୍ଧବିରତିରେ ରାଜି ନହୁଏ, ତେବେ ତା ବିରୋଧରେ କଟକଣା ଜୋରଦାର କରାଯିବ ବୋଲି ପ୍ରତିପକ୍ଷ ପୁତିନଙ୍କୁ ଚେତାଇ ଦେଇଛନ୍ତି ଟ୍ରମ୍ପ ।
Comments are closed.