Latest Odisha News

BREAKING NEWS

ବିଭିନ୍ନ ଚୋରା ବାଲିଘାଟରେ ଚଢାଉ; ୧୩୬ଟି ବାଲି ବୋଝେଇ ଗାଡି ଜବତ, ୧୨୩ ଗିରଫ

ଭୁବନେଶ୍ବର: ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି । ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି । ଏହି କ୍ରମରେ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି ।

ରବିବାର ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଚୋରା ବାଲିଘାଟ ଉପରେ ଚଢାଉ କରି ୧୩୬ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି । ଏହା ସହ ୧୧୯ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୨୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଏହି ଧରପଗଡ଼ ଲଗାତାର ଭାବେ ଚାଲିବ । ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତି ବିଶେଷ ପୋଲିସକୁ ସୂଚନା ମଧ୍ୟ ଦେଇପାରିବେ । ରାଜ୍ୟରେ ଚୋରା ବାଲି ଚାଲାଣ ରୋକିବାକୁ ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିବ ।

Comments are closed.