Latest Odisha News

BREAKING NEWS

ରଦ୍ଦି ବିକ୍ରୟରୁ ରେଳବାଇର ଆୟ: କେତେ ହଜାର କୋଟି ଜାଣିଲେ ଉଡିଯିବ ହୋସ୍ !

ନୂଆଦିଲ୍ଲୀ: ବର୍ତ୍ତମାନ ଆର୍ଥିକ କ୍ଷତିରେ ଚାଲୁଥିବା ଭାରତୀୟ ରେଳବାଇ ବିଗତ ୧୦ ବର୍ଷ ମଧ୍ୟରେ ନିଜର ରଦ୍ଦି ସାମଗ୍ରୀ (ସ୍କ୍ରାପ୍‌) ସବୁକୁ ବିକ୍ରୟ କରି ୩୫,୦୭୩ କୋଟି ଟଙ୍କା ଆୟ କରିଥିବା ଜାଣିବାକୁ ମିଳିଛି । ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମୁଦାୟ ବାର୍ଷିକ ବଜେଟ ଠାରୁ ମଧ୍ୟ ଅଧିକ ।

ଭାରତୀୟ ରେଳବାଇ ବିକ୍ରୟ କରିଥିବା ଏହି ରଦ୍ଦି ସାମଗ୍ରୀ ମଧ୍ୟରେ ରହିଛି ଦଦରା କୋଚ୍‌, ୱାଗନସ ରେଳ ଧାରଣା ଇତ୍ୟାଦି ।

ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସୁରନା ରେଳବାଇକୁ ସୂଚନା ଅଧିକାର ଆଇନ୍‌ ବଳରେ ମାଗିଥିବା ଏକ ତଥ୍ୟରୁ ଏହି ସୂଚନା ସାମନାକୁ ଆସିଛି ।

ଭାରତୀୟ ରେଳବାଇ ୨୦୧୧-୧୨ ଆର୍ଥିକ ବର୍ଷରେ ନିଜର ରଦ୍ଦି ସାମଗ୍ରୀ (ସ୍କ୍ରାପ୍‌) ସବୁକୁ ବିକ୍ରୟ କରି ଏବାବଦରେ ସର୍ବାଧିକ ୪,୪୦୯ କୋଟି ଟଙ୍କା ଆୟ କରିଥିବାବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ସ୍କ୍ରାପ୍‌ ବିକ୍ରୟରୁ ଆୟ କରିଥିଲା । ସର୍ବନିମ୍ନ ୨,୭୧୮ କୋଟି ଟଙ୍କା ।

ସେହିପରି ବିଗତ ଗତ ବର୍ଷ ମଧ୍ୟରେ ରେଳବାଇ କେବଳ ୧୧,୯୩୮ କୋଟି ଟଙ୍କାର ଆୟ ନିଜର ଭଙ୍ଗା ଦଦରା ରେଳ ଧାରଣାକୁ ବିକ୍ରୟ କରି କରିଥିବା ଏହି ତଥ୍ୟରୁ ଜାଣିବାକୁ ମିଳିଛି ।

Leave A Reply

Your email address will not be published.